ସବୁଠି ମୋଦି କ୍ରେଜ୍‌, ବଢୁଛି ମାସ୍କର ଚାହିଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 23, 2019

ସବୁଠି ମୋଦି କ୍ରେଜ୍‌, ବଢୁଛି ମାସ୍କର ଚାହିଦା

ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ବାହାରିବାକୁ ଆଉ କିଛି ଘଣ୍ଟା ବାକି ଥିବା ବେଳେ ସବୁଠି ବିଜେପି ଆଗରେ ରହିଛି। ବେଶ୍‌ କିଛି ଦିନ ଆଗରୁ ମଧ୍ୟ ଦେଶରେ ମୋଦି ଲହରି ଚାଲିଛି। ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ ମୋଦି ମାନିଆରେ ପଡି ଯାଇଛନ୍ତି। ଏବେ ନିର୍ବାଚନୀ ହାୱା ସମୟରେ ରାସ୍ତା ଘାଟରେ ଯାହାକୁ ଦେଖିବେ ମୋଦି ମାସ୍କ ପିନ୍ଧି ବୁଲୁଛନ୍ତି।

ଆଉ ଏହାର ଫାଇଦା ନେଉଛନ୍ତି ଅନଲାଇନ୍‌ ଶପିଙ୍ଗ କମ୍ପାନୀ। କିଏ  ମୋଦି ମାସ୍କ ଉପରେ ଦେଉଛି ଡିସ୍‌କାଉଣ୍ଟ ଅଫର୍‌, ତ କିଏ ଦେଉଛି କ୍ୟାସ୍‌ ବ୍ୟାକ୍‌। ଆଉ କିଏ ଡେଲିଭରି ଫ୍ରି ରଖିଥିବା ବେଳେ କିଏ ପ୍ରଡକ୍ଟ କ୍ୱାଲିଟି ଉପରେ ଦେଉଛି ଗ୍ୟାରେଣ୍ଟି। ଆମାଜନ୍‌ଠାରୁ ଆରମ୍ଭ କରି ଛୋଟ ଛୋଟ ଶପିଙ୍ଗ କମ୍ପାନୀ ବି ଏହି ଋତୁରେ ବେପାର ମାନ୍ଦା କରିବାକୁ ଚାହୁଁ ନାହାନ୍ତି।

ନର୍ଥ ମୁମ୍ୱାଇର ବିଜେପି ଲୋକସଭା ପ୍ରାର୍ଥୀ ଗୋପାଳ ସେଟ୍ଟି ନିଜ ବିଜୟ ପକ୍କା ଜାଣି ଗ୍ରାଣ୍ଡ ସେଲିବ୍ରେସନ ମୁଡ଼୍‌ରେ ଅଛନ୍ତି। ଏଥିଲାଗି ସେ  ୨ ଦିନ ପୂର୍ବରୁ ପ୍ରଥମେ ଏକ ସୁଇଟ୍‌ ଷ୍ଟଲ୍‌କୁ ୨ ହଜାର କେଜିର ଲଡୁ ତିଆରି କରିବା ପାଇଁ ଅର୍ଡର ଦେଇଥିଲେ। ହେଲେ ପରେ ସେ ଏହାକୁ ବଢାଇ ୩ ହଜାର କେଜି କରି ଦେଇଛନ୍ତି।

ମିଠା ଦୋକାନ ମାଲିକଙ୍କ କହିବାନୁଯାୟୀ, ଏହି ଦୋକାନର କାରିଗରଙ୍କ ମଧ୍ୟରେ ମୋଦି କ୍ରେଜ ଏପରି ଅଛି ଯେ, ସେମାନେ ମିଠା ତିଆରି ସମୟରେ ମୋଦି ମାସ୍କ ପିନ୍ଧିବାକୁ ଅଡି ବସିଲେ। ପରେ ସେମାନଙ୍କୁ ଏହା ଯୋଗାଇ ଦିଆଯିବା ପରେ ସେମାନେ ଲାଗି ପଡିଲେ ନିଜ କାମରେ।



from Odisha Reporter http://bit.ly/2QkmnQr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages