ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ଦାବି କଲା ଫ୍ରାନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 7, 2019

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ଦାବି କଲା ଫ୍ରାନ୍ସ

ଜାତିସଂଘ: ଭାରତ ସମେତ ଜର୍ମାନୀ, ବ୍ରାଜିଲ ଏବଂ ଜାପାନ୍‌ ଆଦି ରାଷ୍ଟ୍ରଙ୍କୁ ଜାତିସଂଘର ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟ ଭାବରେ ଯୋଡ଼ିବା ପାଇଁ ଦାବି କରିଛି ଫ୍ରାନ୍ସ। ଫ୍ରାନ୍ସର ପ୍ରତିନିଧି ଜାତିସଂଘକୁ ଜଣାଇଛନ୍ତି, ସମସାମୟିକ ବାସ୍ତବିକତାକୁ ଉପଲବ୍ଧି କଲେ ଜଣାଯାଏ ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାର ଏବଂ ପରିସର ବୃଦ୍ଧି ପାଇଁ ଏସବୁ ରାଷ୍ଟ୍ରଙ୍କୁ ସାମିଲ କରାଯିବାର ଆବଶ୍ୟକତା ରହିଛି। ବହୁଦିନ ଧରି ବାକି ରହିଥିବା ଜାତିସଂଘ ସଂସ୍କାରରେ ସ୍ଥାୟୀ ସଦସ୍ୟତା ପାଇଁ ଭାରତ ସବୁଠାରୁ ଆଗରେ ବୋଲି ଏହି ଅବସରରେ କୁହାଯାଇଛି।

ଫ୍ରାନ୍ସ ଓ ଜର୍ମାନୀ ଦୃଢ଼ ନୀତି ପ୍ରସ୍ତୁତ କରିଛନ୍ତି ଯାହାକି ସୁରକ୍ଷା ପରିଷଦର ବୁଝାମଣା ବଢ଼ାଇବା ସହ ଏହାର ପରିସର ବଢ଼ାଇବାରେ ସହାୟକ ହେବ ବୋଲି ଫ୍ରାନ୍ସ ପକ୍ଷରୁ କୁହାଯାଇଛି। ଜାତିସଂଘରେ ଫ୍ରାନ୍ସର ସ୍ଥାୟୀ ପ୍ରତିନିଧି ଫ୍ରାଙ୍କୋଇସ୍‌ ଡେଲାଟ୍ରେଙ୍କ କହିବା ଅନୁଯାୟୀ, ସମଗ୍ର ବିଶ୍ୱର ପ୍ରତିନିଧିତ୍ୱ ପାଇଁ ଏହି ସବୁ ରାଷ୍ଟ୍ରଙ୍କୁ ସ୍ଥାୟୀ ସଦସ୍ୟ କରିବା ଜରୁରୀ।

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟ ସୟଦ୍‌ ଆକବରୁଦ୍ଦିନ୍‌ ଏକ ଅନୌପଚାରିକ ବୈଠକରେ କହିଥିଲେ, ଜାତିସଂଘ ସୁରକ୍ଷା ପରିସଦର ପରିସର ବୃଦ୍ଧି ପାଇଁ ପକ୍ଷ ରଖିଥିବା ୧୨୨ଟି ଦେଶ ମଧ୍ୟରୁ ୧୧୩ଟି ସଦସ୍ୟ ରାଷ୍ଟ୍ର ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ ଏହି ପ୍ରସ୍ତାବକୁ ସମର୍ଥନ ଦେଇଛନ୍ତି। ଚାର୍ଟରର ୨ ପ୍ରକାରର ସଦସ୍ୟତାରେ ସଂଖ୍ୟା ବୃଦ୍ଧି ପାଇଁ ୯୦ ପ୍ରତିଶତ ସଦସ୍ୟ ରାଷ୍ଟ୍ର ଲିଖିତ ଭାବରେ ସମର୍ଥନ ଜଣାଇଥିଲେ।



from Odisha Reporter http://bit.ly/2PPMsa1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages