ଅଗଷ୍ଟ ପ୍ରଥମ ସପ୍ତାହରେ ଆରମ୍ଭ ହୋଇପାରେ ଭାରତର ୱେଷ୍ଟଇଣ୍ଡିଜ୍ ଗସ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 1, 2019

ଅଗଷ୍ଟ ପ୍ରଥମ ସପ୍ତାହରେ ଆରମ୍ଭ ହୋଇପାରେ ଭାରତର ୱେଷ୍ଟଇଣ୍ଡିଜ୍ ଗସ୍ତ

ନୂଆଦିଲ୍ଲୀ: ଭାରତର ୱେଷ୍ଟଇଣ୍ଡିଜ୍ ଗସ୍ତ ଅଗଷ୍ଟ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇପାରେ, କାରଣ କ୍ରିକେଟ୍ ୱେଷ୍ଟଇଣ୍ଡିଜ୍ (ସିଡବ୍ଲ୍ୟୁଆଇ) ଏହି ଗସ୍ତକୁ ଦୁଇ ସପ୍ତାହ ଆଗକୁ ବଢ଼ାଇବାର ବିସିସିଆଇର ଆବେଦନକୁ ଗ୍ରହଣ କରିନେଇଛି।

ପୂର୍ବ କାର୍ଯ୍ୟକ୍ରମ ଅନୁଯାୟୀ, ଭାରତୀୟ କ୍ରିକେଟ୍ ଟିମକୁ ଜୁଲାଇ ୧୪ ତାରିଖରେ ବିଶ୍ୱକପ୍ ଫାଇନାଲ୍ ପରେ ୱେଷ୍ଟଇଣ୍ଡିଜ୍ ଗସ୍ତ କରିବାର ଥିଲା। ବିସିସିଆଇ ଏହି ଗସ୍ତ ପୂର୍ବରୁ ଭାରତୀୟ ଖେଳାଳିମାନଙ୍କୁ ବିଶ୍ରାମ ଦେବାକୁ ଚାହୁଁଛି, ଯେଉଁଥିରେ ସିଡବ୍ଲ୍ୟୁଆଇ ମଧ୍ୟ ସହମତି ହୋଇଛି। ଆଇସିସି ଫ୍ୟୁଚର୍ ଟୁର୍ ଅନୁଯାଯୀ, ବିଶ୍ୱକପ୍ ପରେ ଭାରତ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଦୁଇ ଟେଷ୍ଟ, ୩ ଦିନିକିଆ ଓ ୩ ଟି-୨୦ ମ୍ୟାଚ୍ ଖେଳିଥାନ୍ତା।

ଇଏସପିଏନକ୍ରିକଇନଫୋ ରିପୋର୍ଟ ଅନୁଯାୟୀ, ଅଗଷ୍ଟ ପ୍ରଥମ ସପ୍ତାହରୁ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ଭାରତ ଓ ୱେଷ୍ଟଇଣ୍ଡିଜ୍ ସିରିଜ୍ ଚାଲିବ। ତେବେ ଏହି ଗସ୍ତ ଉପରେ ଫାଇନାଲ୍ ସୂଚନା ମେ’ ୧୩ ତାରିଖରେ ହେବାକୁଥିବା ବୋର୍ଡ ମିଟିଂରେ ଧାର୍ଯ୍ୟ ହେବ।



from Odisha Reporter http://bit.ly/2J3kLJo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages