
ଲଣ୍ଡନ: ଶନିବାର ଭାରତ ବିପକ୍ଷ ହେବାକୁଥିବା ଅଭ୍ୟାସ ମ୍ୟାଚ୍ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡକୁ ବଡ଼ ଝଟ୍କା ଲାଗିଛି। ଟିମ୍ର ୱିକେଟକିପର ବ୍ୟାଟ୍ସମ୍ୟାନ୍ ଟମ୍ ଲାଥାମ ଆହତ କାରଣରୁ ଆସନ୍ତାକାଲିର ମ୍ୟାଚ୍ ଖେଳିପାରିବେନି। ଲାଥାମଙ୍କ ଅଙ୍ଗୁଳିରେ ଆଘାତ ଲାଗିଥିବାରୁ ସେ ଏହି ମ୍ୟାଚରୁ ଦୂରେଇ ଯାଇଛନ୍ତି। ତାଙ୍କ ସ୍ଥାନରେ ଟମ୍ ବ୍ଲଣ୍ଡେଲ୍ ଖେଳିବେ।
ଏ ନେଇ ଟିମ୍ କ୍ୟାପଟେନ୍ କେନ୍ ୱିଲିୟମସନ୍ କହିଛନ୍ତି, ଲାଥାମଙ୍କୁ ନେଇ ଆମେ କୌଣସି ରିସ୍କ ନେବାକୁ ଚାହୁଁ ନାହୁଁ। ଏହି କାରଣରୁ ସେ ଦୁଇଟି ଯାକ ଅଭ୍ୟାସ ମ୍ୟାଚ୍ ଖେଳିବେ ନାହିଁ। ତାଙ୍କ ଆହତ ସେତେଟା ଗୁରୁତର ନୁହେଁ। ତେଣୁ ଜୁନ୍ ୧ ତାରିଖରେ ଶ୍ରୀଲଙ୍କା ବିପକ୍ଷ ହେବାକୁଥିବା ମ୍ୟାଚରେ ସେ ଟିମକୁ ଫେରିବେ ବୋଲି ୱିଲିୟମସନ୍ କହିଛନ୍ତି। ସୂଚନାଯୋଗ୍ୟ, ନ୍ୟୁଜିଲ୍ୟାଣ୍ଡ୍ ତା’ର ପ୍ରଥମ ଅଭ୍ୟାସ ମ୍ୟାଚ୍ ଭାରତ ବିପକ୍ଷରେ ଖେଳିବାକୁ ଥିବା ବେଳେ ୨୮ ତାରିଖରେ ଦ୍ୱିତୀୟ ୱାର୍ମଅପ୍ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ଭେଟିବ।
from Odisha Reporter http://bit.ly/2wnSipT
No comments:
Post a Comment