ଜାତୀୟ ରାଜପଥ ମରାମତି ଦାବିରେ ଅର୍ଥନୈତିକ ଅବରୋଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 27, 2019

ଜାତୀୟ ରାଜପଥ ମରାମତି ଦାବିରେ ଅର୍ଥନୈତିକ ଅବରୋଧ

nuapada

ନୂଆପଡ଼ା(ମାୟାଧର ସରାଫ୍‌): ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ରେ ଅଧପନ୍ତରିଆ ହୋଇ ପଡ଼ି ରହିଛି ୩୫୩ ନମ୍ବର ଜାତୀୟ ରାଜପଥ। ଦୀର୍ଘ ୫ ବର୍ଷ ହେବ ଏହି ସମସ୍ୟା ଲାଗି ରହିଥିଲେ ବି ଏହାର ସମାଧାନ ଲାଗି ଦେଖାଯାଉନି ତତ୍ପରତା। ଫଳରେ ଏହି ରାସ୍ତାରେ ଦୁର୍ଘଟଣା ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଅକାଳରେ ଝଡି ପଡୁଛି ଜୀବନ।nuapada

ଏଥିରେ ଅସନ୍ତୁଷ୍ଟ ବିଭିନ୍ନ ଗାଁର ଶତାଧିକ ଲୋକେ ବାଞ୍ଜିବାହାଲ ନିକଟରେ ସୋମବାର ଅର୍ଥନୈତିକ ଅବରୋଧ ଓ ଗଣଧାରଣା ଦେଇଛନ୍ତି। ଅଧପନ୍ତରିଆ  କାମ ସମ୍ପୂର୍ଣ୍ଣ ଦାବିରେ ଏହି ଅବରୋଧ ହୋଇଥିବା ଜଣାଯାଇଛି।

ଉକ୍ତ ରାସ୍ତା ଦେଇ ଆଜି ଯାତ୍ରୀବାହୀ ବସ୍‌ ଚଳାଚଳ କରୁଥିବା ବେଳେ ମାଲବାହୀ ଗାଡ଼ିଗୁଡ଼ିକ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି।

ଏନେଇ ନୂଆପଡ଼ା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାନୁ ପ୍ରତାପ ସିଂହ କହିଛନ୍ତି,“ ୫ ବର୍ଷ ହେବ ୩୫୩ ନମ୍ବର ଜାତୀୟ ରାଜପଥ ଅଧପନ୍ତରିଆ ହୋଇ ପଡ଼ିରହିଛି। ତେଣୁ ସେଠାରେ ଦୁର୍ଘଟଣା ବଢ଼ୁଛି। ଅପରପକ୍ଷେ ଏହାର ମରାମତି ଲାଗି କେହି ଧରାଛୁଆଁ ଦେଉ ନ ଥିବାରୁ ବାଧ୍ୟ ହୋଇ ଅର୍ଥନୈତିକ ଅରୋଧ କରୁଛୁ। ଏଥିସହ ଜେଇ ଓ ଚିଫ୍ ଇଞ୍ଜିନିୟରଙ୍କ ବିରୋଧରେ ମାମଲା ରୁଜୁ କରାଯିବାକୁ ଦାବି କରୁଛୁ।  ତେବେ ବିଭାଗୀୟ ଅଧିକାରୀ ପହଞ୍ଚି ଘଟଣାର ସମାଧାନ ବାଟ ବାହାର ନ କଲେ ଆସନ୍ତାକାଲି ସମସ୍ତ ଯାନବାହନ ଅବରୋଧ କରାଯିବ। ମୁଁ ଅନୁରୋଧ କରିବି ଜିଲ୍ଲା ପ୍ରଶାସନକୁ ସଜାଗ ହୋଇ ଏହି ସମସ୍ୟାର ସମାଧାନ ଯେତେ ଶୀଘ୍ର ହେବ କରନ୍ତୁ। ନହେଲେ ଅନିର୍ଦ୍ଦିଷ୍ଟ କାଳ ଯାଏ ଏହି ଅବରୋଧ ଚାଲିବ।”



from Odisha Reporter http://bit.ly/2wmDec6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages