ଐଶ୍‌ ହେଲେ ଟ୍ରଲ୍‌ର ଶିକାର, ମିଳିଲା ‘ଓଭର ପ୍ରୋଟେକ୍ଟିଭ ମଦର’ ର ଟ୍ୟାଗ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 2, 2019

ଐଶ୍‌ ହେଲେ ଟ୍ରଲ୍‌ର ଶିକାର, ମିଳିଲା ‘ଓଭର ପ୍ରୋଟେକ୍ଟିଭ ମଦର’ ର ଟ୍ୟାଗ୍‌

ମୁମ୍ୱାଇ: ବଲିଉଡ଼ ସେଲିବ୍ରିଟି ଭିନ୍ନ ଭିନ୍ନ ସମୟରେ ସୋଶାଲ ମିଡ଼ିଆରେ ଟ୍ରଲ୍‌ର ଶିକାର ହେଉଛନ୍ତି। ଟ୍ରଲରଙ୍କ ନଜରରୁ ଏବେ ତାଙ୍କ ପିଲାମାନେ ବି ବର୍ତ୍ତି ପାରୁ ନାହାନ୍ତି। କେତେବେଳେ କରିନାଙ୍କ ପୁଅ ତ କେତେବେଳେ ଐଶ୍ଚର୍ଯ୍ୟାଙ୍କ ଝିଅଙ୍କୁ ଟ୍ରଲ୍‌ର ଶିକାର ହେବାକୁ ପଡ଼ୁଛି। କିଛି ଦିନ ପୂର୍ବେ ମୁମ୍ୱାଇର ଏକ ରେସ୍ତୋରାଁଙ୍କୁ ଆସିଥିବା ଐଶ୍‌ ନିଜ ଝିଅ ହାତ ଧରିଥିବା ବେଳେ ସ୍ପଟ୍‌ ହେବାରୁ ଟ୍ରଲ୍‌ର ଶିକାର ହୋଇଛନ୍ତି।

ସୋଶାଲ ମିଡ଼ିଆରେ ଘୁରି ବୁଲୁଥିବା ଫଟୋରେ ଐଶ୍‌ ଝିଅ ଆରାଧ୍ୟାଙ୍କ ହାତ ଧରିଥିବା ଦେଖିବାକୁ ମିଳୁଛି। ଏହାପରେ ଟ୍ରଲ୍‌ରଙ୍କୁ ବାହାନା ମିଳିଗଲା ସମାଲୋଚନା କରିବାକୁ। ଏହା ପୂର୍ବରୁ ମଧ୍ୟ ଐଶ୍‌  ବହୁ ଥର  ଝିଅର ହାତ ଧରି ଯାଉଥିବାର ଫଟୋ ଭାଇରାଲ ହେବା ପରେ ସେ ଟ୍ରଲ୍‌ର ଶିକାର ହୋଇଛନ୍ତି।   ଜଣେ ୟୁଜର ଲେଖିଛନ୍ତି, ସାଧାରଣ ପିଲାଙ୍କ ପରି ନିଜ ଝିଅକୁ ମଧ୍ୟ ସ୍ୱାଧୀନ ଭାବେ ରହିବା ଶିଖାଇବା ଉଚିତ।

ଆଉ ଜଣେ ୟୁଜର ଲେଖିଛନ୍ତି ଯେ, ଐଶ୍‌ ସବୁବେଳେ ଆରାଧ୍ୟାଙ୍କ କାନ୍ଧରେ ହାତ ରଖୁଛନ୍ତି। ହେଲେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ,  ଝିଅ କାନ୍ଧ ଦରଜ ହେଉ ନ ଥିବ।   ପ୍ଲିଜ୍‌ ଭାଗବାନଙ୍କ ଦୟାରୁ ଝିଅର ହାତ ଛାଡି ଦିଅ ବୋଲି ଆଉ ଜଣେ  ନିଜ ମତ ରଖିଛନ୍ତି।

ଜଣେ କମେଣ୍ଟ ଦେଇଛନ୍ତି, ୮ ବର୍ଷ ଝିଅର ହାତ ଧରିବାର କିଛି ଆବଶ୍ୟକତା ନାହିଁ। ତାକୁ ସ୍ୱାଧୀନ ଭାବେ ଛାଡ଼ି ଦେବା ଉଚିତ। ଆଉ ଜଣେ ୟୁଜର ଐଶ୍‌ଙ୍କୁ ‘ଓଭର ପ୍ରୋଟେକ୍ଟିଭ ମଦର’ ର ଟ୍ୟାଗ୍‌ ଦେଇଛନ୍ତି। ଏହାପୂର୍ବରୁ ଛୁଟି କାଟିବାକୁ ମାଲଦ୍ୱୀପ ଯାଇଥିବା ବେଳେ ଫଟୋ ସୋଶାଲ ମିଡ଼ିଆରେ ଛାଡି ଟ୍ରଲ୍‌ ହୋଇଥିଲେ ଐଶ୍‌।

ଜଣେ ୟୁଜର କମେଣ୍ଟ ଦେଇଥିଲେ ଯେ, ଆପଣଙ୍କ ଝିଅ ସ୍କୁଲ ଯାଉନି କି ? ଯେତେବେଳେ ଦେଖିଲେ, ଫରେନ ଟ୍ରିପ୍‌ରେ ଯାଉଛି। ତାକୁ ସ୍କୁଲ ନ ପଠାଇ ଆପଣ ବରବାଦ କରୁ ନାହାନ୍ତି ତ ?



from Odisha Reporter http://bit.ly/2vvkd72

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages