ଶ୍ରୀଲଙ୍କା ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣାଇଲେ ଶୁଭେଚ୍ଛା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 23, 2019

ଶ୍ରୀଲଙ୍କା ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ: ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ହିଁ ବିଦେଶରୁ ବିଜେପି ଓ ନରେନ୍ଦ୍ର ମୋଦିଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିବା ଆରମ୍ଭ ହୋଇଛି। ଶ୍ରୀଲଙ୍କା ଓ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ଭୋଟ୍‌ ଗଣତିର ଟ୍ରେଣ୍ଡ ଦେଖି ମୋଦିଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନିତ୍ୟାନହୁ କହିଛନ୍ତି, “ମୁଁ ହୃଦୟରୁ ମୋ ବନ୍ଧୁ ମୋଦିଙ୍କୁ ଶୁଭେଚ୍ଛା ଜଣାଉଛି। ନିର୍ବାଚନରେ ମୋଦି ଏକତରଫା ବିଜୟୀ ହେଉଛନ୍ତି। ଆପଣ କେଉଁଭଳି ଭାବେ ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ରର ନେତୃତ୍ୱ ନେଉଛନ୍ତି, ତାହାର ପ୍ରମାଣ ଆଜି ନିର୍ବାଚନ ଫଳାଫଳ ପରେ ସାମ୍ନାକୁ ଆସିଛି। ଏବେ ଆମେ ଏକାଠି ହୋଇ ଭାରତ ଓ ଇସ୍ରାଏଲ୍‌ର ବନ୍ଧୁତାକୁ ଆଗକୁ ନେବା।”

ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ମଧ୍ୟ ଏହି ବିଶାଳ ବିଜୟ ପାଇଁ ମୋଦିଙ୍କୁ ଶୁଭେଚ୍ଛା ଦେଇଛନ୍ତି। ଏଥିସହ ଭାରତ ଓ ଶ୍ରୀଲଙ୍କା ସମ୍ପର୍କ ଆଗକୁ ଆହୁରି ମଜଭୂତ ହେବ ବୋଲି ସେ ଆଶା ପୋଷଣ କରିଛନ୍ତି। ସେହିପରି ମାଳଦ୍ୱୀପ ବୈଦେଶିକ ମନ୍ତ୍ରୀ ଅବୁଦୁଲ୍ଲା ଶାହିଦ ମଧ୍ୟ ମୋଦି ଓ ବିଜେପିକୁ ଏଭଳି ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।



from Odisha Reporter http://bit.ly/2JzPMWw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages