ଦିବ୍ୟାଙ୍ଗଙ୍କୁ ଡେଲିଭରି ବୟର ଚାକିରୀ ଦେଇ ପ୍ରଶଂସା ସାଉଁଟିଲା ‘ଜୋମାଟୋ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 19, 2019

ଦିବ୍ୟାଙ୍ଗଙ୍କୁ ଡେଲିଭରି ବୟର ଚାକିରୀ ଦେଇ ପ୍ରଶଂସା ସାଉଁଟିଲା ‘ଜୋମାଟୋ’

ଜୟପୁର: ଆପଣ ଅନ୍‌ଲାଇନ୍‌ରେ ଖାଦ୍ୟ ପହଞ୍ଚାଉଥିବା କମ୍ପାନି ‘ଜୋମାଟୋ’ କୁ ତ ଜାଣିଥିବେ। ‘ଜୋମାଟୋ’ରୁ ହାତ ପାହାନ୍ତାକୁ ଖାଦ୍ୟ ଅତି ସହଜରେ ପହଞ୍ଚି ଯାଉଥିବାକୁ ବହୁ ଲୋକ ଏହାକୁ ବ୍ୟବହାର କରି ଖାଦ୍ୟ ଅର୍ଡର କରିଥାନ୍ତି।

ପୂର୍ବରୁ ‘ଜୋମାଟୋ’ ବୟ ଖାଦ୍ୟ ପୁଡ଼ିଆରୁ ଖାଦ୍ୟ ଖାଉଥିବା ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବା କଥା ଆପଣ ଜାଣିଥିବେ। ଏବେ କିନ୍ତୁ ତାହା ନ ହୋଇ ‘ଜୋମାଟୋ’ କିଛି ଭଲ କାମ କରୁଥିବାର ଭିଡିଓ ବହୁତ ଲୋକଙ୍କ ପସନ୍ଦ ହେବା ସହ ଭାଇରାଲ୍‌ ହେବାରେ ଲାଗିଛି।

ଭିଡିଓରେ ଜଣେ ଦିବ୍ୟାଙ୍ଗ ଡେଲିଭର୍‌ ବୟ ଭାବେ କାମ କରୁଛନ୍ତି। ‘ଜୋମାଟୋ’ ଦିବ୍ୟାଙ୍ଗଙ୍କୁ ଚାକିରୀ ଦେଇଛି। ଲୋକମାନେ ଏହି ଭିଡିଓକୁ ଶେଆର୍‌ କରି ଡେଲିଭରି କମ୍ପାନି ‘ଜୋମାଟୋ’ର ଖୁବ୍‌ ପ୍ରଶଂସା କରୁଛନ୍ତି।

ଏହି ଭିଡିଓକୁ ଟ୍ୱିଟର୍‌ରେ ହନି ଗୋୟଲ୍‌ ନାମକ ବ୍ୟକ୍ତି ଶେଆର୍‌ କରିଛନ୍ତି। ଆଉ ସେ ଲେଖିଛନ୍ତି ଯେ, ‘ଜୋମାଟୋ’ ଏହିପରି କାମ କରି ଖୁସି କରିଦେଇଛି। ଏହି ବ୍ୟକ୍ତି ସେହି ଲୋକଙ୍କ ଭିତରେ ଆଶାର ନୂଆ କିରଣ ସୃଷ୍ଟି କରିଛନ୍ତି, ଯେଉଁମାନେ କି ଜୀବନରେ ହାର୍‌ ମାନି ଯାଇଛନ୍ତି। ଦୟାକରି ଏହି ବ୍ୟକ୍ତିଙ୍କୁ ଲୋକପ୍ରିୟ କରାନ୍ତୁ’।

ଦିବ୍ୟାଙ୍ଗ ଜଣଙ୍କ ‘ଜୋମାଟୋ’ କମ୍ପାନିର ଟି-ସାର୍ଟ ପିନ୍ଧି ତିନିଟି ଚକା ଥିବା ସାଇକେଲ୍‌ ଚଲାଇ ଯିବାର ଭିଡିଓରେ ଦେଖାଯାଉଛନ୍ତି। ଏହା ଉପରେ କିନ୍ତୁ ଜୋମାଟୋ’ ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ।

ଏହି ଭିଡିଓ ୧୭ ମେ’ରେ ଶେଆର୍‌ ହୋଇଥିଲା। ଏବେ ଯାଏ ଏହା ଦେଢ଼ ଲକ୍ଷରୁ ଅଧିକା ଲାଇକ୍‌ ଏବଂ ଏକ ହଜାରକୁ ଅଧିକା ରିଟ୍ୱିଟ୍‌ କରାଯାଇସାରିଲାଣି।
ସୂଚନା ଅନୁସାରେ ଭିଡିଓଟି ରାଜସ୍ଥାନର ବୋଲି ଜଣାପଡ଼ିଛି।



from Odisha Reporter http://bit.ly/2HtBfJH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages