
ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ସମ୍ପାଦକ ରାମ ମାଧବ ପଶ୍ଚିମବଙ୍ଗ ଫଳାଫଳକୁ ନେଇ କହିଛନ୍ତି, ଏହି ଗେରୁଆ ଦଳର ଫଳାଫଳ ନିର୍ବାଚନ ବିଶାରଦ ବା ‘ପୋଲଷ୍ଟରଙ୍କୁ ମଧ୍ୟ ଚମକାଇଦେବ। ବିଜେପି ଏହି ରାଜ୍ୟରେ ଆଶାରୁ ଅଧିକ ସଫଳତା ପାଇବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ବିଭିନ୍ନ ଏକଜିଟ୍ ପୋଲ ସର୍ଭେ ଦର୍ଶାଇଛନ୍ତି ଯେ ପଶ୍ଚିମବଙ୍ଗରେ ଟିଏମ୍ସିର ଆସନ ସଂଖ୍ୟା କମିବାକୁ ଥିବାବେଳେ ବିଜେପିକୁ ଏଥିରୁ ବୃହତ୍ ଫାଇଦା ମିଳିବ। ଟାଇମ୍ସ ନାଓ-ଭିଏମ୍ଆର ଏକଜିଟ୍ ପୋଲ ଦର୍ଶାଇଥିଲା ଯେ ମୋଟ ୪୨ଟି ସିଟ୍ରୁ ବିଜେପି ୧୧ଟି ସିଟ୍ ପାଇବ। ଦଳ ୨୦୧୪ ମସିହାରେ ମାତ୍ର ୨ଟି ଆସନ ପାଇଥିଲା।
ମାଧବ ଆଜି କହିଛନ୍ତି, ପଶ୍ଚିମବଙ୍ଗରେ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ସମର୍ଥନ ବଢ଼ିବାରେ ଲାଗିଛି। ୨୦୧୪ରେ ଉତ୍ତରପ୍ରଦେଶରେ ଯେଉଁଭଳି ସଫଳତା ମିଳିଥିଲା ତାହା ଏଥର ପଶ୍ଚିମବଙ୍ଗରେ ଦେଖାଯିବ।
କଂଗ୍ରେସ ନେତୃତ୍ୱରେ ଆଞ୍ଚଳିକ ଦଳମାନଙ୍କ ମହାମେଣ୍ଟର ସମ୍ଭାବନା ବାବଦରେ ସେ କହିଥିଲେ, ଏହି ମେଣ୍ଟ ନିର୍ବାଚନ ବା ଭୋଟ୍ଦାନ ଆରମ୍ଭ ହେବାର ବହୁ ଆଗରୁ ଭାଙ୍ଗି ସାରିଛି। ସେ କହିଥିଲେ, ବହୁତ ଦଳ ଏମିତି ମେଣ୍ଟ କରିବା ଯୋଜନାରେ ଥିଲେ ମଧ୍ୟ କୌଣସି ଗୋଟିଏ ରାଜ୍ୟରେ ତାହା ସମ୍ଭବ ହୋଇନାହିଁ।
ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷ କହିଛନ୍ତି, ଆମେ ୪୨ ଲୋକସଭା ଆସନର ୫୦ ପ୍ରତିଶତକୁ ଟାର୍ଗେଟ୍ କରିଛୁ। ଅନ୍ୟ ଏକ ଏକଜିଟ୍ ପୋଲରୁ ଜଣାପଡ଼ିଛି, ବିଜେପି ୧୬ଟି ଏବଂ ଟିଏମ୍ସି ୨୪ଟି ଆସନ ହାତେଇବ।
from Odisha Reporter http://bit.ly/30tFsV2
No comments:
Post a Comment