
ନୂଆଦିଲ୍ଲୀ: ଭାରତର ନିର୍ବାଚନ ସହିତ କୌଣସି ପ୍ରକାରେ ବି ଜଡିତ ନାହାନ୍ତି ବଲିଉଡ଼ ସେଲିବ୍ରେଟି ସନି ଲିଓନି। ହେଲେ ରେଜଲ୍ଟ ବାହାରିବା ପୂର୍ବରୁ ସେ ଏବେ ଇଣ୍ଡିଆନ ଟ୍ୱିଟରର ଟପ୍ ଟ୍ରେଣ୍ଡରେ। ଏହା ପଛରେ ତାଙ୍କର କୌଣସି ଭୂମିକା ନାହିଁ କି ଇଚ୍ଛା ବି ନାହିଁ । ହେଲେ ସେ କିପରି ଏଠାରେ ପହଞ୍ଚିଲେ ସେ କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ।
କଥାଟା ଏପରି। ବଲିଉଡର ଆଙ୍ଗ୍ରି ମ୍ୟାନ ସନ୍ନି ଦେଓଲ ଏଥର ନିର୍ବାଚନ ମଇଦାନରେ ନୂଆ କରି ପାଦ ଦେଇଛନ୍ତି। ଆଉ ସେ ତାଙ୍କ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଆଗରେ ମଧ୍ୟ ଅଛନ୍ତି।
Arnab is so excited today he goofed up Sunny Deol as Sunny Leone😂🤣😂#Verdict2019 #ElectionResults2019 pic.twitter.com/SBDt1DEDoE
— Sir Jadeja fan (@SirJadeja) May 23, 2019
ହେଲେ ରିପବ୍ଲିକ୍ ଚିଫ୍ ଅର୍ଣ୍ଣବ ଗୋସ୍ୱାମୀ ଏ ସମ୍ପର୍କୀତ ନ୍ୟୁଜ୍ ପରିବେଷଣ କରୁଥିବା ବେଳେ କରି ବସିଲେ ଏକ ଭୁଲ। ଆଉ ଏହା ଦର୍ଶକଙ୍କ ଆଖିରୁ ଖସି ଯାଇପାରିନି। ଏଥିପାଇଁ ତାଙ୍କୁ ଟ୍ରଲ୍ର ଶିକାର ହେବାକୁ ପଡିଛି। ସନ୍ନି ଦେଓଲ ଲିଡ଼ କରୁଥିବା କହିବା ପରିବର୍ତ୍ତେ ଅର୍ଣ୍ଣବ ଧରିଦେଲେ ସନି ଲିଓନିଙ୍କ ନାଁ। ଫଳରେ ନିର୍ବାଚନୀ ରେଜଲ୍ଟ ବାହାରିବା ପୂର୍ବରୁ ସନି ଲିଓନି ଏବେ ଇଣ୍ଡିଆନ ଟ୍ୱିଟରର ଟପ୍ ଟ୍ରେଣ୍ଡରେ ପହଞ୍ଚି ଗଲେଣି। ଏହା ଅର୍ଣ୍ଣବଙ୍କ ସ୍ଲିପ୍-ଅଫ୍-ଟଙ୍ଗ ହୋଇଥିଲେ ମଧ୍ୟ ଇଣ୍ଟରନେଟରେ ଭାଇରାଲ ହେବାକୁ ବେଶି ସମୟ ଲାଗିଲା ନାହିଁ।
from Odisha Reporter http://bit.ly/2Hzazat
No comments:
Post a Comment