ପ୍ରଥମ ସ୍ପିନର୍ ଭାବେ ଏହି ରେକର୍ଡର ଅଧିକାରୀ ହେଲେ ତାହିର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

ପ୍ରଥମ ସ୍ପିନର୍ ଭାବେ ଏହି ରେକର୍ଡର ଅଧିକାରୀ ହେଲେ ତାହିର୍

ଲଣ୍ଡନ: ଦକ୍ଷିଣ ଆଫ୍ରିକା ସ୍ପିନର୍ ଇମ୍ରାନ୍ ତାହିର୍ ଗୁରୁବାର ଏଠାରେ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ବିଶ୍ୱକପର ପ୍ରଥମ ମ୍ୟାଚରେ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ତାହିର ବିଶ୍ୱର ପ୍ରଥମ ସ୍ପିନର୍ ଭାବେ ବିଶ୍ୱକପର ଉଦଘାଟନୀ ମ୍ୟାଚରେ ପ୍ରଥମ ଓଭର ବୋଲିଂ କରିବାର ରେକର୍ଡ କରିଛନ୍ତି।

ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍ ଡ୍ୟୁପ୍ଲେସିସ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ବଲ୍ ତାହିରଙ୍କ ହାତକୁ ଦେଇଥିଲେ। ଏହି ଲେଗ୍ ସ୍ପିନର ଅଧିନାୟକଙ୍କୁ ନିରାଶ ନକରି ଦ୍ୱିତୀୟ ବଲରେ ହିଁ ଇଂଲଣ୍ଡ ଟିମର ଓପ୍ନର ଜେସନ୍ ରୟ (୦)ଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ଏହା ପୂର୍ବରୁ ୧୯୯୨ ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡ୍ ଅଫ୍ ସ୍ପିନର ଦୀପକ ପଟେଲ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚର ଦ୍ୱିତୀୟ ଓଭର୍ ପକାଇଥିଲେ।

ତାହିର୍ (୪୦ ବର୍ଷ, ୬୪ ଦିନ) ବିଶ୍ୱକପ୍ ଖେଳିବାରେ ଦକ୍ଷିଣ ଆଫ୍ରିକାର ସବୁଠାରୁ ବୟୋଜ୍ୟେଷ୍ଠ ଖେଳାଳି। ଏହା ପୂର୍ବରୁ ପ୍ରୋଟିସ୍ ଟିମର ଓମାର୍ ହେନରୀଙ୍କ ନାମରେ ରେକର୍ଡ ଥିଲା। ହେନରୀ ୧୯୯୨ରେ ୱେଲିଂଟନରେ ୪୦ ବର୍ଷ ଓ ୩୯ ଦିନ ବୟସରଙ୍କ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲେ।

ଇତିହାସ ପୃଷ୍ଠାକୁ ଦେଖିଲେ ବିଶ୍ୱକପର ସବୁ ସଂସ୍କରଣର ପ୍ରଥମ ଓଭର ପେସ୍ ବୋଲର କରିଛନ୍ତି। ୧୯୭୫ ବିଶ୍ୱକପରେ ଭାରତର ମଦନ ଲାଲ୍, ୧୯୭୯ରେ ଆଣ୍ଡି ରବର୍ଟ୍ସ, ୧୯୮୩ରେ ରିଚାର୍ଡ ହାଡଲୀ, ୧୯୮୭ରେ ଭି ଜନ୍, ୧୯୯୨ରେ କ୍ରେଗ୍ ମ୍ୟାକଡରମଟ୍ଟ, ୧୯୯୬ରେ ଡୋମିନିକ୍ କର୍କ, ୧୯୯୯ରେ ଡାରେନ୍ ଗଫ୍, ୨୦୦୩ରେ ଶନ୍ ପୋଲକ, ୨୦୦୭ରେ ଉମର୍ ଗୁଲ୍, ୨୦୧୧ରେ ଶୈଫୁଲ୍ ଇସଲାମ୍ ଏବଂ ୨୦୧୫ରେ ନୁୱନ୍ କୁଲଶେଖରା ପ୍ରଥମ ଓଭର ବୋଲିଂ କରିଥିଲେ।



from Odisha Reporter http://bit.ly/2EIt4Hk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages