ଏଥର ଲୋକସଭା ଯିବେ ଏହି ଗ୍ଲାମରସ ସାଂସଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 26, 2019

ଏଥର ଲୋକସଭା ଯିବେ ଏହି ଗ୍ଲାମରସ ସାଂସଦ

କୋଲକତା: ମିମି ଚର୍କବର୍ତ୍ତୀ। ଚଳିତ ଲୋକସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ଟିମଏମସି ଟିକେଟରୁ ଲୋକସଭାକୁ ଯାଇଥିବା ଏହି ସାଂସଦଙ୍କୁ ମିଳିଛି ସବୁଠୁ ଗ୍ଲାମରସ୍‌ ସାଂସଦ ହେବାର ସୌଭାଗ୍ୟ। ପେଶାରେ ଜଣେ ସଫଳ ଅଭିନେତ୍ରୀ ହୋଇ ପାରିଥିବା ମିମି ଖୁବ୍‌ କମ୍‌ ବୟସରୁ ଆରମ୍ଭ କରିଛନ୍ତି  ନିଜ ରାଜନୈତିକ କ୍ୟାରିଅର। ସୋଶାଲ ମିଡିଆରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି।

ପ୍ରାୟ ୩ ଲକ୍ଷ ଭୋଟ ବ୍ୟବଧାନରେ  ନିର୍ବାଚନ ଜିତିଥିବା ମିମିଙ୍କ ଲାଗି ଏ ବର୍ଷ ବେଶ୍‌ ଲକି । ଏହି ବର୍ଷ ସେ ନୂଆ କରି ରାଜନୀତିରେ ପାଦ ଦେଇ ସଫଳତା ପାଇଥିବା ବେଳେ ଏ ବର୍ଷ ତାଙ୍କର ୨ଟି ଫିଲ୍ମ ବି ରିଲିଜ୍‌ ହୋଇଛି। ନିର୍ବାଚନୀ ପ୍ରଚାର ସମୟରେ ଏକ ଭିଡିଓ ଯୋଗୁ ଚର୍ଚ୍ଚାକୁ ଆସିଥିଲେ ମିମି। ଏଥିରେ ସେ ଗ୍ଲୋବସ୍‌ ଲଗାଇ ଲୋକଙ୍କ ସହ ହାତ ମିଳାଉଥିଲେ। ଏହାକୁ ନେଇ ବହୁତ ବାଦ ବିବାଦ ଦେଖାଦେଇଥିଲା। ହେଲେ ଏହାର କାରଣ ହାତରେ ହୋଇଥିବା ସଂକ୍ରମଣ ବୋଲି ସେ ସଫେଇ ଦେଇଥିଲେ।

ପୂର୍ବରୁ ଫେମିନା ମିସ୍‌ ଇଣ୍ଡିଆରେ ସାମିଲ ହୋଇ ସାରିଥିବା  ୩୦ ବର୍ଷୀୟା ଏହି ଅଭିନେତ୍ରୀ ୨୦୦୮ ମସିହାରୁ ନିଜ ଆକ୍ଟିଂ କ୍ୟାରିଅର ଆରମ୍ଭ କରିଥିଲେ। ବିଗତ ୧୦ ବର୍ଷ ମଧ୍ୟରେ ସେ ପଶ୍ଚିମବଙ୍ଗର ଟେଲି ଦୁନିଆ ଓ  ସିନେ ଜଗତର ଏକ ପରିଚିତ ନାଁ ହୋଇ ସାରିଲେଣି। ଜଲପାଇଗୁଡିରେ ନିଜ ସ୍କୁଲିଂ ଶେଷ କରିଥିବା ମିମି ୨୦୦୬ ମସିହାରେ କୋଲକତାର ଆଶୁତୋଷ କଲେଜରୁ ଗ୍ରାଜୁଏସନ କରିଥିଲେ।  ଫିଟନେସ୍‌କୁ ନେଇ ସିରିୟସ୍‌ ମିମି ମଧ୍ୟ ସୋଶାଲ ମିଡିଆରେ ବହୁ ଥର ଏବ୍ସ ଦେଖାଉଥିବାର ହୋଇଛନ୍ତି କ୍ୟାପଚର।



from Odisha Reporter http://bit.ly/2EACgO9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages