ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ନନ୍ଦନକାନନରେ ନୀଳଗିରି ପ୍ରଜାତି ହନୁମାଙ୍କଡ଼(ଲଙ୍ଗୁର)ର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ମାଙ୍କଡ଼ର ବୟସ ୧୭ ବର୍ଷ ହୋଇଥିଲା। କିଛି ମାସ ପୂର୍ବରୁ ସେ ଜ୍ୱର ଏବଂ ହଇଜାରେ ଆକ୍ରାନ୍ତ ଥିଲା।
ନନ୍ଦନକାନନ କର୍ତ୍ତୃପକ୍ଷ ତୁରନ୍ତ ଏହାକୁ ସ୍ୱତନ୍ତ୍ର ଓ୍ୱାର୍ଡକୁ ସ୍ଥାନାନ୍ତର କରି ଚିକିତ୍ସା କରିଥିଲେ। ଆଜି ସକାଳ ସାଢେ ୬ଟାରେ ମାଙ୍କଡ଼ଟିର ମୃତ୍ୟୁ ହୋଇଥିଲା।
ସ୍ନାୟୁ ଜନିତ ରୋଗରେ ମାଙ୍କଡ଼ଟି ପୀଡ଼ିତ ଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି। ତେବେ ପୋଷ୍ଟମର୍ଟମ ପରେ ଲଙ୍ଗୁର ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି। ୨୦୧୭ ମସିହାରେ ଏହି ନୀଳଗିରି ମାଙ୍କଡ ଚେନ୍ନାଇର ଅରିଗନାର ଆନ୍ନା ଜୁଲୋଜିକାଲ ପାର୍କରୁ ନନ୍ଦନକାନନକୁ ଅଣାଯାଇଥିଲା। ସୂଚନାଯୋଗ୍ୟ, ଗତ ବୁଧବାର ରାତିରେ ନନ୍ଦନକାନନରେ ଥିବା ଏକମାତ୍ର ଓରାଙ୍ଗଓଟାନ ବିନିର ମୃତ୍ୟୁ ହୋଇଥିଲା।
from Odisha Reporter http://bit.ly/2HMhywQ
No comments:
Post a Comment