ତ୍ୱଚାରୁ ହଟାଇବାକୁ ଚାହୁଁଛନ୍ତି ଡେଡ ସେଲ୍‌, ଗାଧୋଇବା ପାଣିରେ ମିଶାନ୍ତୁ ଏହି ୪ଟି ଜିନିଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 5, 2019

 ତ୍ୱଚାରୁ ହଟାଇବାକୁ ଚାହୁଁଛନ୍ତି ଡେଡ ସେଲ୍‌, ଗାଧୋଇବା ପାଣିରେ ମିଶାନ୍ତୁ ଏହି ୪ଟି ଜିନିଷ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଖରା ଦିନେ ଅତ୍ୟଧିକ ଝାଳ ଓ ତାତିରେ ତ୍ୱଚା ଖରାପ ହୋଇଯାଇଥାଏ।  ଖରାର ପ୍ରକୋପରେ ତ୍ୱଚାର ଉପର ସେଲ୍ସ ନଷ୍ଟ ହୋଇଯାଇଥାଏ। ଏବଂ ଆପଣଙ୍କ ରଙ୍ଗ ମଳିନ ପଡ଼ିଯାଇଥାଏ । ଏହାକୁ ହିଁ କୁହନ୍ତି ଡେଡ ସ୍କିନ୍‌ ସେଲ୍ସ। ଡେଡ ସ୍କିନ୍‌ ସେଲ୍ସ ବାହାର କରିବାକୁ ସାଧାରଣତଃ ସମସ୍ତେ ସ୍କ୍ରବ୍‌ ବ୍ୟବହାର କରିଥାନ୍ତି। କିନ୍ତୁ ପୁରା ଶରୀରରୁ କିପରି ଏହାକୁ ଦୂର କରିବେ ଜାଣିଛନ୍ତି କି ? ଯଦି ଆପଣ ଗ୍ଲୋଇଂ ଚେହେରା ଚାହୁଁଛନ୍ତି, ତା ହେଲେ ଗାଧୋଇବା ପାଣିରେ ଏପରି କିଛି ଜିନିଷ ମିଶାନ୍ତୁ ଯାହାଦ୍ୱାରା ଆପଣ ଚମକଦାର ତ୍ୱଚା ପାଇପାରିବେ, ସେଥିରେ ସନ୍ଦେହ ନାହିଁ।

ଆପଲ ସାଇଡ଼ର ଭିନେଗାର

ଗାଧୋଇବା ପାଣିରେ ଅଧା କପ ଆପଲ ସାଇଡ଼ର ଭିନେଗାର ପକାଇ ଗାଧାନ୍ତୁ। ଏହା ତ୍ୱଚା ଓ ଶରୀରରୁ ଡେଡ ସ୍କିନ୍‌ ସେଲ୍ସକୁ ହଟାଇ ତ୍ୱଚାକୁ ପୁରା ଗଭୀରରୁ ସଫା କରିଥାଏ। ଏହି ସମୟରେ ହାଲକା ଭାବେ ଶରୀର ରଗଡ଼ିବା ଦ୍ୱାରା ଡେଡ ସ୍କିନ୍‌ ସେଲ୍ସ ବାହାରି ଯାଇଥାଏ। ଗରମ ହୋଗୁ ଶରୀରରୁ ବାହାରୁଥିବା ଦୁର୍ଗନ୍ଧ ମଧ୍ୟ ଦୂର ହୋଇଥାଏ।

ଲେମ୍ୱୁ ରସ

ଗାଧୋଇବା ପାଣିରେ ୩ ଚାମଚ ଲେମ୍ୱୁ ରସ ପକାଇ ଦିଅନ୍ତୁ। ଲେମ୍ୱୁରେ ପ୍ରାକୃତିକ ରୂପରେ ବ୍ଲିଚିଂ ଗୁଣ ଭରି ରହିଥାଏ। ଏଥିଲାଗି ଏହା ତ୍ୱଚାରେ ମହଜୁଦ ଥିବା ଡେଡ ସେଲ୍ସ ବାହାର କରିଦେଇଥାଏ। ଏହାଦ୍ୱାରା ଆପଣଙ୍କୁ ଫ୍ରେଶ ଲାଗିଥାଏ।

ସନ୍ଧବ ଲବଣ

ଏହାକୁ ଆମେ ଖାଇବା ଲାଗି ବ୍ୟବହାର କରିଥାଉ। ହେଲେ ଥରେ ଏହାକୁ ଗାଧୋଇବା ପାଣିରେ ପକାଇ ଦେଖନ୍ତୁ। ଏହାଦ୍ୱାରା ଶରୀରର ପୀଡା କମିବା ସହ ତ୍ୱଚାର ଡେଡ ସ୍କିନ ବାହାରି ଯାଇଥାଏ। ଏକ ବାଲଟି ପାଣିରେ ଅଧା କପ ସନ୍ଧବ ଲବଣ ମିଶାଇ ଗାଧାନ୍ତୁ ଆଉ ଫରକ ଅନୁଭବ କରନ୍ତୁ।

 ତ୍ୱଚାରେ ଲଗାନ୍ତୁ ବେସନ  

ତ୍ୱଚାରୁ ଡେଡ ସ୍କିନ୍‌ ବାହାର କରିବା ଲାଗି ଆଉ ଏକ ସହଜ ଉପାୟ ହେଲା ସାବୁନର ବ୍ୟବହାର କରନ୍ତୁ ନାହିଁ। ଏହି ସମୟରେ ମୁହଁରେ ବେସନର ଲେପ ଦିଅନ୍ତୁ। କିଛି ସମୟ ପରେ ଏହା ଶୁଖିବା ପରେ ଏହାକୁ ମୁହଁରେ ରଗଡ଼ି ଦିଅନ୍ତୁ। ଏହାପରେ ମୁହଁ ଧୋଇ ଦିଅନ୍ତୁ। ଏହା ଡେଡ ସେଲ୍ସ ବାହାର କରିବା ସହ ମୁହଁରେ ଚମକ ବଜାୟ ରଖିବ।



from Odisha Reporter http://bit.ly/2PN2qBy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages