ସବୁବେଳେ ଲଗାଉଛନ୍ତି ନେଲପଲିସି, ହୋଇପାରେ ଘାତକ ବେମାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 21, 2019

ସବୁବେଳେ ଲଗାଉଛନ୍ତି ନେଲପଲିସି, ହୋଇପାରେ ଘାତକ ବେମାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):   ହାତ ଓ ପାଦର ସୌନ୍ଦର୍ଯ୍ୟ ବଢାଇବା ଲାଗି ଯୁବତୀ ଓ ମହିଳାମାନେ ନେଲପଲିସି ଲଗାଇବାକୁ ଭଲ ପାଇଥାନ୍ତି।  ଆଜିକାଲି ଭିନ୍ନ ଭିନ୍ନ କଲରର ନେଲପଲିସି ସହ ନେଲ ଆର୍ଟର ଟ୍ରେଣ୍ଡ ପ୍ରତି ବି ଆକର୍ଷଣ ବଢୁଛି। ନିଜ ନଖକୁ ଆକର୍ଷଣୀୟ କରିବାକୁ ଯୁବତୀମାନେ ଭିନ୍ନ ପ୍ରକାର ନେଲ ପେଣ୍ଟସ୍‌ ଓ ନେଲ୍‌ ଆର୍ଟସ୍‌ ବ୍ୟବହାର କରିଥାନ୍ତି। କିନ୍ତୁ ଆପଣ ଜାଣି ନ ଥିବେ, ସୁନ୍ଦରତା ବଢାଉଥିବା ଏହି ନେଲ ପେଣ୍ଟସ୍‌  ଶରୀର ଲାଗି ଘାତକ ସାବ୍ୟସ୍ତ୍ୟ ହୋଇପାରେ। ଆସନ୍ତୁ ଜାଣିବା, ନେଲପଲିସି କିପରି ସ୍ୱାସ୍ଥ୍ୟ ଲାଗି କ୍ଷତିକାରକ ହୋଇଥାଏ।

ନେଲପଲିସି ନିୟମିତ ଭାବେ ବ୍ୟବହାର କରିବା ଦ୍ୱାରା ନଖ ଡ୍ରାଏ ହୋଇଯାଏ ଓ ହଳଦିଆ ପଡିବାକୁ ଲାଗିଥାଏ। ଏଥିରେ  ଫର୍ମାଲଡେହାଇଡ଼, ଡିବ୍ୟୁଟିଲ୍‌ ଫଥଲେଟ୍‌ ଓ ଟାଲ୍ୟୁଇନ୍‌ ପରି କେମିକାଲ ମିଶିଥାଏ। ଯାହାକି ବିଭିନ୍ନ ପ୍ରକାର ଗମ୍ଭୀର ବେମାରକୁ ଡାକି ଆଣିଥାଏ।

ଟାଲ୍ୟୁଇନ୍‌ ପ୍ରଭାବରେ କିଡନୀ, ଲିଭର ଓ ପ୍ରଜନନ କ୍ଷମତା ମଧ୍ୟ ପ୍ରଭାବିତ ହୋଇଥାଏ। ଫର୍ମାଲଡେହାଇଡ଼ ଏକ ରଙ୍ଗହୀନ ଗ୍ୟାସ୍‌ ଅଟେ।  ଯାହାଦ୍ୱାରା ନେଲପଲିସି ଅଧିକ ସମୟ ପର୍ଯ୍ୟନ୍ତ ରହିଥାଏ। ଯଦି ଆପଣଙ୍କୁ କୌଣସି ପ୍ରକାର ଆଲର୍ଜି ଅଛି, ତା ହେଲେ ଆପଣ ନେଲପଲିସି ବ୍ୟବହାରରୁ ଦୂରେଇ ରୁହନ୍ତୁ। ଏହାକୁ ବ୍ୟବହାର ଦ୍ୱାରା ହୃଦଘାତ, କ୍ୟାନସର ପରି ଗମ୍ଭୀର ବେମାରରେ ପଡିବାର ଆଶଙ୍କା ବଢିଯାଏ।

କିଛି ଯୁବତୀ, ମହିଳା ଅଟନ୍ତି, ସେମାନେ ସବୁବେଳେ ନେଲପଲିସି ଲଗାଇବାକୁ ଭଲ ପାଆନ୍ତି। ଟିକେ ଛାଡି ଆସିଲେ ପୁଣି ଥରେ ଲଗାଇବାକୁ ବସି ପଡନ୍ତି। ଏହା ସମୟସାପେକ୍ଷ ହେବା ସହ ଶରୀର ଲାଗି ମଧ୍ୟ ଘାତକ ପ୍ରମାଣିତ ହୋଇପାରେ।  ସବୁବେଳେ ନେଲପଲିସି ଲଗାଇବାରୁ ନିଜକୁ ଦୂରେଇ ରଖନ୍ତୁ। ନେଲ ପଲିସି ଲଗାଇବା  ବେଳେ ତରତର ହୋଇ ଏହାକୁ ନ ଲଗାଇ କିଛି ସମୟ ବ୍ୟବଧାନ ରଖନ୍ତୁ। ଚେଷ୍ଟା କରନ୍ତୁ ଯେ, ଯଦି ଆପଣ ପାର୍ଟି କିମ୍ୱା ଫଙ୍କସନ୍‌ ଆଟେଣ୍ଡ କରିବାକୁ ଯାଉଛନ୍ତି, ତା ହେଲେ ନେଲପଲିସି ଲଗାଇ ଏହାକୁ ପରେ ଛଡାଇ ଦିଅନ୍ତୁ।



from Odisha Reporter http://bit.ly/2VQF8RH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages