ଆମେଠିରେ ବୁଥ୍ ରିଗିଂ ଅଭିଯୋଗ, ବଦଳିଲେ ପ୍ରିଜାଇଡିଙ୍ଗ ଅଧିକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 6, 2019

ଆମେଠିରେ ବୁଥ୍ ରିଗିଂ ଅଭିଯୋଗ, ବଦଳିଲେ ପ୍ରିଜାଇଡିଙ୍ଗ ଅଧିକାରୀ

ଲକ୍ଷ୍ନୌ: ୫ମ ପର୍ଯ୍ୟାୟରେ ଆମେଠି ଲୋକସଭା ଆସନ ପାଇଁ ଭୋଟିଂ ଚାଲିଥିବା ବୁଥ୍ ରିଗିଂ ଅଭିଯୋଗ ଆଣିଥିଲେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ। ଏହାପରେ ଜିଲ୍ଲା ନିର୍ବାଚନ ଅଧିକାରୀ ଗୌରିଗଞ୍ଜର ୩୧୬ ନମ୍ୱର ବୁଥର ପ୍ରିଜାଇଡିଙ୍ଗ ଅଫିସରଙ୍କୁ ନିର୍ବାଚନ କାର୍ଯ୍ୟରୁ ଅବ୍ୟାହତି ଦେଇଛନ୍ତି। ତାଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ନିଯୁକ୍ତି ଦିଆଯାଇଛି।

ତେବେ ଏ ନେଇ ତଦନ୍ତ ନିର୍ଦ୍ଦେଶ ଦେବା ସହ ଯେଉଁ ମହିଳା ଜଣଙ୍କ ଭାଇରାଲ ଭିଡିଓରେ ବୁଥ ରିଗିଂ କରାଯାଇଥିବା ଅଭିଯୋଗ ଆଣିଛନ୍ତି ତାଙ୍କର ବୟାନ ରେକର୍ଡ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ସଂପୃକ୍ତ ମହିଳାଙ୍କୁ ଏବେ ଉଭୟ ଗଣମାଧ୍ୟମ ଏବଂ ତଦନ୍ତକାରୀ ଟିମ୍ ଖୋଜୁଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ ଜଣେ ମହିଳା ଭୋଟରଙ୍କ ଭିଡିଓ ଜାରି କରି ଉଭୟ ନିର୍ବାଚନ କମିଶନ ଏବଂ ରାହୁଲ ଗାନ୍ଧିଙ୍କୁ ଟ୍ୱିଟ୍ କରି ବୁଥ ରିଗିଂର ଅଭିଯୋଗ ଆଣିଥିଲେ। ଏହାପରେ ନିର୍ବାଚନ ଅଧିକାରୀଙ୍କ ନିକଟରେସ୍ମୃତି ଇରାନୀ ଅଭିଯୋଗ କରିଥିଲେ ବୋଲି ସୂଚନା ରହିଛି।

ସ୍ମୃତି ଇରାନୀ ଜାରି କରିଥିବା ଭିଡିଓରେ ମହିଳା ଭୋଟର ଜଣଙ୍କ କହିଛନ୍ତି ଯେ ଭୋଟ ଦେବା ବେଳେ ଜଣେ ପୋଲିଂ ଅଧିକାରୀ ତାଙ୍କ ଆଙ୍ଗୁଳିକୁ ହାତ ଚିହ୍ନ ବଟନରେ ଚିପି ଦେଇଥିଲେ। ଏହାପରେ ଜିଲ୍ଲା ନିର୍ବାଚନ ଅଧିକାରୀ ୩୧୬ ନମ୍ୱର ବୁଥର ପ୍ରିଜାଇଡିଙ୍ଗ ଅଧିକାରୀଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଛି।



from Odisha Reporter http://bit.ly/2H3KrEj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages