
ନୂଆଦିଲ୍ଲୀ: ଆଇସିସି ବିଶ୍ୱକପ୍ ପାଇଁ ଆଉ ସପ୍ତାହେ ସମୟ ବାକି ରହିଲା ଏବଂ ଅଭିଜ୍ଞ ୱିକେଟକିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନି କେଉଁ ସ୍ଥାନରେ ବ୍ୟାଟିଂ କରିବେ, ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ମତରେ, ବିଶ୍ୱକପରେ ଧୋନିଙ୍କୁ ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବା ପାଇଁ ସୁଯୋଗ ଦିଆଯାଉ।
ଦୁଇଥରର ଚାମ୍ପିଅନ୍ ଭାରତୀୟ କ୍ରିକେଟ୍ ଟିମ୍ ତା’ର ପ୍ରଥମ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜୁନ୍ ୫ ତାରିଖରେ ଖେଳିବ। ସଚିନ କହିଛନ୍ତି, ମୋ ବ୍ୟକ୍ତିଗତ ମତ ଅନୁଯାୟୀ, ଧୋନି ବର୍ତ୍ତମାନ ସମୟରେ ଭାରତର ସବୁଠାରୁ ଅଭିଜ୍ଞ ଖେଳାଳି। ଏହି ଦୃଷ୍ଟିରୁ ତାଙ୍କୁ ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବାକୁ ସୁଯୋଗ ଦିଆଯିବା ଦରକାର। ଓପ୍ନର ଭାବେ ଶିଖର ଧୱନ୍ ଓ ରୋହିତ୍ ଶର୍ମା ଇନିଂସ୍ ଶୁଭାରମ୍ଭ କରିବେ।
ଅଧିନାୟକ ବିରାଟ କୋହଲି ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିବେ। ଚତୁର୍ଥ ସ୍ଥାନରେ କିଏ ବ୍ୟାଟିଂ କରିବ, ତାହା ସ୍ଥିର ହୋଇନାହିଁ। ତେଣୁ ଏହି ଶୀର୍ଷ ଚାରି ସ୍ଥାନରେ ଧୋନି ହିଁ ବ୍ୟାଟିଂ କରିବା ଦରକାର। ଧୋନିଙ୍କ ପରେ ପାୱାର୍ ହିଟର୍ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂ କରିବା ସରକାର। ଏହିପରି ଭାବେ ଅଭିଜ୍ଞ ବ୍ୟାଟ୍ସମ୍ୟାନଙ୍କ ବ୍ୟବହାର କରାଯାଇପାରେ।
ଧୋନି ମ୍ୟାଚକୁ ଶେଷ ପର୍ଯ୍ୟନ୍ତ ନେଇପାରିବେ ଏବଂ ଶେଷରେ ସେ ହାର୍ଦ୍ଦିକଙ୍କ ସହ ବିସ୍ଫୋରକ ବ୍ୟାଟିଂ ମଧ୍ୟ କରିପାରିବେ। ତେବେ ଚତୁର୍ଥ ସ୍ଥାନରେ କୌଣସି ଯୋଗ୍ୟ ବ୍ୟାଟ୍ସମ୍ୟାନଙ୍କୁ ସୁଯୋଗ ମିଳିବାର ଆବଶ୍ୟକତା ରହିଛି ବୋଲି ସଚିନ କହିଛନ୍ତି। ସୂଚନାଯୋଗ୍ୟ, ଧୋନି ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଦିନିକିଆରେ ୩୪୧ ମ୍ୟାଚ୍ ଖେଳିସାରିଛନ୍ତି।
from Odisha Reporter http://bit.ly/30DmBH4
No comments:
Post a Comment