ନୂଆଦିଲ୍ଲୀ/ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର):ରାଷ୍ଟ୍ରପତି ଭବନରେ ଆୟୋଜିତ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭବ୍ୟ ଶପଥ ଗ୍ରହଣ ଉତ୍ସବ। ଏଥର ପାଖାପାଖି ବିଦେଶୀ ଅତିଥିଙ୍କ ସମେତ ୮ ହଜାର ବ୍ୟକ୍ତି ବିଶେଷ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ। ସମସ୍ତ ଅତିଥିଙ୍କ ପାଇଁ ଗତଥର ଭଳି ଏଥର ମଧ୍ୟ ରାତ୍ରୀ ଭୋଜନର ବ୍ୟବସ୍ଥା କରାଯାଇଛି।
ସମସ୍ତ ଅତିଥିଙ୍କ ପାଇଁ ହାଇ ଟି, ସ୍ନାକ, ସମୋଶା, ପନିର ଆଇଟମ ଓ ମିଠା ପରଷା ଯିବ। ସେହିଭଳି ବିଦେଶୀ ଅତିଥିଙ୍କ ପାଇଁ ରାଷ୍ଟ୍ରପତି ଭବନ କିଚେନରେ ପ୍ରସ୍ତୁତ ସ୍ୱତନ୍ତ୍ର ଡାଲ୍ ରାଇସିନା ପରଷା ଯିବ। ଅତିଥିଙ୍କ ପାଇଁ ଆମିଷ ଆଇଟମ ମଧ୍ୟରେ ସୁପ୍, ମାଛ, ଚିକେନ, ଏବଂ ନିରାମିଷ ଆଇଟମ ମଧ୍ୟରେ ମା କା ଡାଲ୍ ପ୍ରସ୍ତୁତ ହୋଇ ପରଷା ଯିବ।
from Odisha Reporter http://bit.ly/2wzaOM5
No comments:
Post a Comment