
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟରେ ହେବାକୁ ଥିବା ନ୍ୟାସ୍ନାଲ୍ ଏଲିଜିବିଲିଟି ଆଣ୍ଡ ଏଣ୍ଟ୍ରାନ୍ସ ଟେଷ୍ଟ୍ (ନିଟ୍) ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଅତି ଭୟଙ୍କର ସାମୁଦ୍ରିକ ଝଡ଼ ‘ଫୋନି’ ଜନିତ କ୍ଷୟକ୍ଷତି ଯୋଗୁ ରାଜ୍ୟ ସରକାର ଓ ବିଭିନ୍ନ ବିଭାଗ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଏଭଳି ସ୍ଥିତିରେ ନିଟ୍ ପରୀକ୍ଷା ଆୟୋଜନ କରାଯିବା କଷ୍ଟକର। ତେଣୁ ବର୍ତ୍ତମାନ ପାଇଁ ପରୀକ୍ଷା ସ୍ଥଗିତ ରଖିବାକୁ ରାଜ୍ୟ ସରକାରଙ୍କ ଅନୁରୋଧ ପରେ ଏହାକୁ ସ୍ଥଗିତ ରଖାଯାଇଛି। ଓଡ଼ିଶାରେ ପୁଣି କେବେ ଏହି ପରୀକ୍ଷା ହେବ, ସେ ନେଇ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ସୂଚନା ମିଳିଛି।
from Odisha Reporter http://bit.ly/2H2bm38
No comments:
Post a Comment