“ଗାନ୍ଧି ପରିବାର ପିକ୍‌ନିକ୍‌ ପାଇଁ ନେଇଥିଲେ ଯୁଦ୍ଧ ଜାହାଜ” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 8, 2019

“ଗାନ୍ଧି ପରିବାର ପିକ୍‌ନିକ୍‌ ପାଇଁ ନେଇଥିଲେ ଯୁଦ୍ଧ ଜାହାଜ”

ନୂଆଦିଲ୍ଲୀ:ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବାପା ରାଜୀବ ଗାନ୍ଧିଙ୍କୁ ପ୍ରସଙ୍ଗ କରି ଗାନ୍ଧି ପରିବାରକୁ ପୁଣି ଟାର୍ଗେଟ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀର ରାମଲୀଳା ମୈଦାନ୍‌ରେ ଆୟୋଜିତ ଏକ ସଭାରେ ସେ କହିଥିଲେ, ରାଜୀବ ପ୍ରଧାନମନ୍ତ୍ରୀ ଥିବା ସମୟରେ ସେ ଏବଂ ତାଙ୍କ ପରିବାର ଛୁଟି କଟାଇବାକୁ ସାଙ୍ଗରେ ନୌବାହିନୀର ଯୁଦ୍ଧ ଜାହାଜ ‘ଆଇଏନ୍‌ଏସ୍‌’ ବିରାଟ ନେଇ ଯାଇଥିଲେ। ତାଙ୍କ ପରିବାର ଓ ବନ୍ଧୁବର୍ଗଙ୍କ ସୁବିଧା ପାଇଁ ସେ ନୌବାହିନୀ କର୍ମଚାରୀ ଏବଂ ହେଲିକପ୍ଟରକୁ ମଧ୍ୟ କାମରେ ଲଗାଇଥିଲେ।

ମୋଦି ଆଜି କହିଛନ୍ତି, “ଆପଣ କେବେ ଶୁଣିଛନ୍ତି ଆଇଏନ୍‌ଏସ୍‌ ବିରାଟ ନେଇ କେହି କେବେ ଛୁଟିରେ ଯାଏ? ତାହା ସମ୍ଭବ ହୋଇଥିଲା ଯେତେବେଳେ ରାଜୀବ ଗାନ୍ଧି ଏହି ଦେଶର ପ୍ରଧାନମନ୍ତ୍ରୀ ଥିଲେ। ସମୁଦ୍ରସୀମାରେ ଦେଶର ସୁରକ୍ଷା ପାଇଁ ନିୟୋଜିତ ଥିବା ଏହି ଜାହାଜକୁ ସେ ୧୦ ଦିନ ପାଇଁ ସାଙ୍ଗରେ ନେଇ ଛୁଟିରେ ପଳାଇଥିଲେ।”

ବିଦେଶୀ ମଧ୍ୟ ନୌବାହିନୀର ଯୁଦ୍ଧ ଜାହାଜକୁ ପ୍ରବେଶ ପାଇଁ ଅନୁମତି ମିଳିଥିଲା। ଏହା କ’ଣ ଜାତୀୟ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ଉଠାଉନି। ମୋଦି ୧୯୮୭ ମସିହାର ଘଟଣାକୁ ଉଦାହରଣ ଦେଉଥିଲେ ଯେତେବେଳେ ରାଜୀବ ନିଜ ପରିବାର ଏବଂ ଶ୍ୱଶୁରଘର ବା ଇଟାଲୀ ନାଗରିକଙ୍କ ସହ ଲାକ୍ଷାଦ୍ୱୀପ ଛୁଟି କଟାଇବାକୁ ଯାଇଥିଲେ।

ସୂଚନାଯୋଗ୍ୟ ଯେ, ରାଜୀବ ଏବଂ ତାଙ୍କ ପରିବାର ଓ ବନ୍ଧୁବର୍ଗ କୋଚିନ୍‌ଠାରୁ ୪୬୫ କିଲୋମିଟର ଦୂର ଏକ ଦ୍ୱୀପକୁ ଛୁଟି କଟାଇବାକୁ ଯାଇଥିଲେ। ଯଦିଓ ଏଥିପାଇଁ ନିଜେ ରାଜୀବ ବ୍ୟୟଭାର ଭରଣା କରିବେ ବୋଲି କହିଥିଲେ, ପ୍ରଶ୍ନ ଥିଲା ଯୁଦ୍ଧ ଜାହାଜର ବ୍ୟବହାରକୁ ନେଇ। ଏପରିକି ଏହି ଅବଧି ପାଇଁ ଏକ ସ୍ୟାଟେଲାଇଟ୍‌ ମଧ୍ୟ ପ୍ରସ୍ତୁତ ଥିଲା, ଯାହାକୁ ନେଇ ପ୍ରଶ୍ନ ଉଠିଥିଲା।



from Odisha Reporter http://bit.ly/2vIeAma

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages