ବାତ୍ୟା ତାଣ୍ଡବକୁ ଫୁ କରି ଆଗେଇ ଚାଲିଛି ବ୍ରହ୍ମାଣ୍ଡ ଠାକୁରଙ୍କ ଘୋଷଯାତ୍ରା ପ୍ରସ୍ତୁତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 18, 2019

ବାତ୍ୟା ତାଣ୍ଡବକୁ ଫୁ କରି ଆଗେଇ ଚାଲିଛି ବ୍ରହ୍ମାଣ୍ଡ ଠାକୁରଙ୍କ ଘୋଷଯାତ୍ରା ପ୍ରସ୍ତୁତି

ପୁରୀ(ଓଡ଼ିଶା ରିପୋର୍ଟର):ବାତ୍ୟା ଫୋନି ଯୋଗୁଁ ପ୍ରାରମ୍ଭିକ ପର୍ଯ୍ୟାୟରେ ବାଧା ସତ୍ତ୍ୱେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଏବେ ସୁରୁଖୁରୁରେ ଆଗେଇ ଚାଲିଛି । ବିଜୁଳି ନଥିବାରୁ  ବଡ଼ ବଡ଼ କାଠ କଟାଯିବାରେ ଅସୁବିଧା ହୋଇଥିଲା । ତେବେ ବିଦ୍ୟୁତ୍‌ ଆସିବା ପରେ ରଥ ନିର୍ମାଣ କାଅର୍ଯ୍ୟ ଦ୍ରୁତଗତିରେ ଚାଲିଛି ।

ରୂପକାର ସେବକମାନେ ବି ରଥର ସୌନ୍ଦର୍ଯ୍ୟକରଣ କାମରେ ଲାଗି ପଡ଼ିଛନ୍ତି। ରଥଖଳାକୁ ବିଦ୍ୟୁତ୍‌ ସଂଯୋଗ ସ୍ୱାଭାବିକ୍‌ ହେବାପରେ ଦ୍ରୁତଗତିରେ କାମ ଆଗେଇ ଚାଲିଛି ରଥ କାମ। ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ୯ଟି ତୁମ୍ବ ଓ ବିନ୍ଧ କାର୍ଯ୍ୟ ସରିଥିବା ବେଳେ ତାଳଧ୍ୱଜ ରଥର ୬ଟି ଏବଂ ଦେବଦଳନ ରଥର ୫ଟି ତୁମ୍ବ ଓ ବିନ୍ଧ କାର୍ଯ୍ୟ ଶେଷ ହୋଇଛି।

ସେପଟେ ଶୁକ୍ରବାର ନୃସିଂହ ଚତୁର୍ଦ୍ଦଶୀରୁ ତିନି ରଥର କଣଗୁଜ କାର୍ଯ୍ୟ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଭୋଇ ସେବାୟତମାନେ ତିନି ରଥର ମହାରଣାମାନଙ୍କୁ କାଠ ଯୋଗାଉଥିବା ବେଳେ ତିନି ରଥ ପାଇଁ ଦୁଇ ଦୁଇଟି ଚକ ଓ ଅଖ ପାଇଁ ଅର ବାଡେଇବା କାର୍ଯ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।



from Odisha Reporter http://bit.ly/2EdrPQb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages