ମନର ଏକାଗ୍ରତାକୁ ବଢ଼ାଇଥାଏ ତିଳକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

ମନର ଏକାଗ୍ରତାକୁ ବଢ଼ାଇଥାଏ ତିଳକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହିନ୍ଦୁ ଧର୍ମରେ ଯେ କୌଣସି ପୂଜା ପାଠ ଅଥବା ମାଙ୍ଗଳିକ କାର୍ଯ୍ୟ ବେଳେ ଆମେ ସିନ୍ଦୂର ତିଳକ ଲଗାଇଥାଉ। ଏହା ଆମ ସଂସ୍କୃତିରେ ବହୁତ ଶୁଭ ବୋଲି ଧରାଯାଏ।

ପୂଜା ଥାଳିରେ ଥିବର ସିନ୍ଦୂରର କେବଳ ଧାର୍ମିକ ମହତ୍ତ୍ୱ ନ ଥାଏ। ଏହା ପଛରେ ବୈଜ୍ଞାନିକ ମହତ୍ତ୍ୱ ମଧ୍ୟ ରହିଛି। ତାହାଲେ ଆସନ୍ତୁ ଜାଣିବା ଏହାର ମହତ୍ତ୍ୱ ବିଷୟରେ।

ବୈଜ୍ଞାନିକ ମହତ୍ୱ

ପୂଜାରେ ବ୍ୟବହାର ହେଉଥିବା ସିନ୍ଦୂର ଏକ ପ୍ରକାର ଔଷଧ ମଧ୍ୟ। ଯାହାକୁ ଆର୍ୟୁବେଦରେ ତ୍ୱଚା ସମ୍ବନ୍ଧିତ ସମସ୍ୟା ଦୂର କରିବା ପାଇଁ ବ୍ୟବହାର କରାଯାଏ। ମୁଣ୍ଡରେ ଲଗାଉଥିବା ସିନ୍ଦୂର ତିଳକ କେବଳ ସୌନ୍ଦର୍ଯ୍ୟ ବୃଦ୍ଧି କରେ ନାହିଁ, ଏହା ଆମ ମନର ଏକାଗ୍ରତାକୁ ବି ବଢ଼ାଇଥାଏ।

ଷୋଳ ଶୃଙ୍ଗାର ସହ ଜଡ଼ିତ ତିଳକ

ଷୋଳ ଶୃଙ୍ଗାର ସହ ଜଡ଼ିତ ତିଳକ ସୁନ୍ଦରତା ବଢ଼ାଇବା ସହ ଘରକୁ ସୁଖ ସମୃଦ୍ଧି ମଧ୍ୟ ଆଣିଥାଏ। ସୌଭାଗ୍ୟକୁ ବଢ଼ାଉଥିବା ସିନ୍ଦୂର ଆମ ଜୀବନରେ ବିଶେଷ ମହତ୍ତ୍ୱ ରଖିଥାଏ। କେବଳ ତିଳକ ନୂହେଁ, ମଥାରେ ଲାଲ୍‌ ବିନ୍ଦି ଲଗାଇବା ମଧ୍ୟ ଶୁଭ ବୋଲି ଧରାଯାଏ। ଲାଲ୍‌ ରଙ୍ଗ ଉତ୍ସାହ, ଶୁଭ ଏବଂ ସାହସର ପ୍ରତୀକ ହୋଇଥାଏ।

ଶିବଙ୍କ ପୂଜା ବେଳେ ବ୍ୟବହାର ହୋଇ ନଥାଏ ସିନ୍ଦୂର

ସିନ୍ଦୂର ଶୁଭ, ସୁଖ ଏବଂ ସମୃଦ୍ଧିର ପ୍ରତୀକ ହୋଇଥାଏ ସତ କିନ୍ତୁ ଧ୍ୟାନ କରୁଥିବା ଶିବଙ୍କ ପୂଜା ବେଳେ ଏହାକୁ ବାରଣ କରାଯାଏ।



from Odisha Reporter http://bit.ly/2VO4S0S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages