ଶୁଭ କାର୍ଯ୍ୟରେ କ’ଣ ପାଇଁ ଶଙ୍ଖ ଫୁଙ୍କାଯାଏ, ଆପଣ ଜାଣିଛନ୍ତି କି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 5, 2019

ଶୁଭ କାର୍ଯ୍ୟରେ କ’ଣ ପାଇଁ ଶଙ୍ଖ ଫୁଙ୍କାଯାଏ, ଆପଣ ଜାଣିଛନ୍ତି କି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂଜା ପାଠ ଉତ୍ସବ, ଯଜ୍ଞ, ବିବାହ, ରାଜାଭିଷେକ ଆଦି ଶୁଭ କାମରେ ଆମେ ଶଙ୍ଖ ଫୁଙ୍କି କାର୍ଯ୍ୟ ଆରମ୍ଭ କରିଥାଉ। ଶଙ୍ଖ ଧ୍ୱନିକୁ ଆମେ ଶୁଭ ବୋଲି ମାନି ଆସିଛୁ। ଶଙ୍ଖ ଧ୍ୱନୀ ବିଜୟ, ସମୃଦ୍ଧି ଇତ୍ୟାଦିର ପ୍ରତୀକ ହୋଇଥାଏ। ମନ୍ଦିର ହେଉ ବା ଘରେ ଆମେ ସକାଳେ ଏବଂ ସନ୍ଧ୍ୟାରେ ପୂଜା କଲାବେଳେ ଶଙ୍ଖ ବଜାଇଥାଉ। କିନ୍ତୁ, ଆପଣ ଜାଣିଛନ୍ତି କି, ଆମେ ଧାର୍ମିକ କାର୍ଯ୍ୟରେ ଶଙ୍ଖ କାହିଁକି ବଜାଇଥାଉ। ତେବେ ଆସନ୍ତୁ ଜାଣିବା ଏହା ପଛରେ କ’ଣ କାରଣ ରହିଛି।

ଶାସ୍ତ୍ରରେ କୁହାଯାଇଛି ଯେ, ଶଙ୍ଖ ଧ୍ୱନି ଶତ୍ରୁଙ୍କୁ ଦୁର୍ବଳ କରିବା ପାଇଁ ବ୍ୟବହାର କରାଯାଏ। ଏହି ଶବ୍ଦ ଶୁଣି ଶତ୍ରୁ ଦୁର୍ବଳ ହୋଇଥାନ୍ତି। ପୂରାଣ ଅନୁସାରେ, ଯେଉଁ ବ୍ୟକ୍ତି ପୂଜା ସମୟରେ ଶଙ୍ଖ ବଜାଇଥାଏ, ତାର ସବୁ ପାପ ନଷ୍ଟ ହୋଇଯାଏ। ଆଉ ସେ ଭଗବାନ ବିଷ୍ଣୁଙ୍କ ଆର୍ଶିବାଦ ପାଇଥାଏ।

ଶଙ୍ଖ ଧ୍ୱନୀ ଦ୍ୱାରା ଆମ ମନ ଉପରେ ମଧ୍ୟ ଭଲ ପ୍ରଭାବ ପଡ଼ିଥାଏ । ଶଙ୍ଖ ବଜାଇବା ଦ୍ୱାରା ଆମ ଚାରିପାଖର ବାୟୁ ମଧ୍ୟ ସଫା ହୋଇଥାଏ। ଏହା ଦ୍ୱାରା ଆମ ଘରେ ନକରାତ୍ମକ ଶକ୍ତି ମଧ୍ୟ ଦୂର ହୋଇଥାଏ।

ଆମେ ଘରେ ଶଙ୍ଖ ଭିତରେ ପାଣି ରଖି ମଧ୍ୟ ପୂରା କରିଥାଉ। ଏହା ପଛରେ ମଧ୍ୟ ଏକ ମହତ୍ତ୍ୱ ରହିଛି। ଶଙ୍ଖ ଭିତରେ ଥିବା ପାଣିରେ କୀଟାଣୁନାଶକ ଶକ୍ତି  ରହିଥାଏ। ଯାହାକୁ ଆମେ ଘରେ ସିଞ୍ଚନ କଲେ କୀଟାଣୁ ନାଶ ହୋଇଥାନ୍ତି। ଏହି ଶଙ୍ଖ ପାଣି ଆମ ଶରୀର ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ।



from Odisha Reporter http://bit.ly/2VnjzrO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages