
ମୋହନା(ମିହିର ଜତି): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମଧୁରାମ୍ୱ ଗାଁ ନିକଟରେ ପିକ୍ଅପ୍ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଆର ଉଦୟଗିରି ଥାନା ଅନ୍ତର୍ଗତ ଆକ୍ଲିମା ଗାଁର ରାଧାକାନ୍ତ ନାୟକ ଓ ମାଧୁରୀ ନାୟକ।
ଗତକାଲି ରାତି ପ୍ରାୟ ୧୦ଟା ବେଳେ ଉଭୟ ସ୍ୱାମୀ-ସ୍ତ୍ରୀ ବ୍ରହ୍ମପୁରରୁ ଏକ ବାଇକ୍ରେ ମୋହନା ଯାଉଥିଲେ। ଏହି ସମୟରେ ମଧୁରାମ୍ୱ ଗାଁ ନିକଟରେ ସାମ୍ମା ପଟୁ ଆସୁଥିବା ଏକ ପିକ୍ଅପ୍ ଗାଡ଼ି ସେମାନଙ୍କ ବାଇକ୍କୁ ଧକ୍କା ଦେଇଥିଲା। ଫଳରେ ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।
ଖବର ପାଇ ପୁଲିସ୍ ମୃତଦେହ ଓ ଗାଡିକୁ ଜବତ କରିଛି। ଏନେଇ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
from Odisha Reporter http://bit.ly/2J1LPcD
No comments:
Post a Comment