
ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ବହାଡ଼ାଝୋଲା ଗାଁରେ ଗ୍ୟାସ୍ ଟାଙ୍କି ଫାଟି ୪ ଜଣ ଗୁରୁତର ଆହତ ହୋଇଛିନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।
ଆହତମାନେ ହେଉଛନ୍ତି, ବିଜୟ ଘଟୁଆ, ଜିତେନ୍ଦ୍ର ଘଟୁଆ, ବୁଲୁ ଘଟୁଆ ଓ ଜଗନ୍ନାଥ ସେନାପତି।
ବିଜୟ ଘଟୁଆଙ୍କ ଘରେ ଗ୍ୟାସ୍ ଟାଙ୍କି ଲିକ୍ ହୋଇଥିଲା। ତେଣୁ ଜଗନ୍ନାଥ ସେନାପତି ଟାଙ୍କି ସଜାଡ଼ିବାକୁ ଆସିଥିଲେ। ଟାଙ୍କି ସଜାଡ଼ିବା ପରେ ଜଗନ୍ନାଥ ଦିଆସିଲି ଲଗାଇ ଚେକ୍ କରୁଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା। ଖାସ୍ ଟାଙ୍କି ଫାଟି ଭୀଷଣ ଶଦ୍ଦ ହୋଇଥିଲା ଓ ତା’ ସହିତ ଚାରିଆଡ଼େ ନିଆଁ ବ୍ୟାପୀ ଯାଇଥିଲା।
ସେତେବେଳେ ସେଠାରେ ଉପସ୍ଥିତ ବିଜୟ, ତାଙ୍କର ଦୁଇ ପୁଅ ଜିତେନ୍ଦ୍ର ଓ ବୁଲୁ ସହିତ ଗ୍ୟାସ୍ ମିସ୍ତ୍ରୀ ଜଗନ୍ନାଥ ପୋଡ଼ି ଯାଇଥିଲେ। ସେମାନଙ୍କ ଶରୀରର ୯୦ ଭାଗ ପୋଡ଼ି ଯାଇଥିବା ଜଣାପଡ଼ିଛି। ସେମାନଙ୍କୁ ପ୍ରଥମେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା।
from Odisha Reporter http://bit.ly/2XaB7UI
No comments:
Post a Comment