ସଚିନ୍ ପାଇଲଟ୍ କଂଗ୍ରେସ ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା, ରଖିଲେ ଜବାବ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

ସଚିନ୍ ପାଇଲଟ୍ କଂଗ୍ରେସ ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା, ରଖିଲେ ଜବାବ୍

ଜୟପୁର: ସାଧାରଣ ନିର୍ବାଚନରେ ରାଜସ୍ଥାନର ଶାସକ ଦଳ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି। ଏହାପରେ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ ଦଳ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ସଚିନ୍ ପାଇଲଟ ଏବେ ରାଜସ୍ଥାନର ଦୁଇ କ୍ଷମତା କେନ୍ଦ୍ର ଭାବେ ରହିଛନ୍ତି। ଏହାକୁ କେନ୍ଦ୍ର କରି ଦଳ ଭିତରେ ମତଭେଦ ରହିଥିବା ସୂଚନା ରହିଛି। ସାଧାରଣ ନିର୍ବାଚନରେ ରାଜସ୍ଥାନର ୨୯ ଲୋକସଭା ଆସନରୁ ବିଜେପି ସମସ୍ତ ଆସନରେ ବିଜୟୀ ହୋଇଛି। ଏହାପରେ ଅଶୋକ ଗେହଲଟଙ୍କ ନେତୃତ୍ୱକୁ ଦଳ ଦାୟୀ କରିଛି।

ତେବେ ଦଳ ଛାଡ଼ିବା ନେଇ ଚର୍ଚ୍ଚା ଜୋର ଧରିବା ପରେ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି କଂଗ୍ରେସ ଏବେ ଖରାପ ସମୟ ଦେଇ ଗତି କରୁଛି। ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଇସ୍ତଫା ବାବଦରେ ଦଳ ଏବେ ବିଚାର କରୁଛି। ତେଣୁ ଏଭଳି ସ୍ଥିତିରେ କିମ୍ୱା ଆଗାମୀ ଦିନରେ ଦଳ ଛାଡ଼ିବାର ପ୍ରଶ୍ନ ଉଠୁନି ବୋଲି ସେ କହିଛନ୍ତି।

କାହିଁକି ସଚିନ ପାଇଲଟ ଦଳ ଛାଡ଼ିବା ନେଇ ଚର୍ଚ୍ଚା?

ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଜନାଦେଶ ମିଳିଥିଲା। କିନ୍ତୁ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଅଶୋକ ଗେହଲଟ୍ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ରାହୁଲ ଗାନ୍ଧିଙ୍କ ହସ୍ତକ୍ଷେପ ପରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପଦବୀ ଦଳର ଏହି ଦୁଇ ନେତାଙ୍କୁ ଦିଆଯାଇଥିଲା। ହେଲେ ଏହାକୁ ନେଇ ଏବେ ବି ସଚିନ୍ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଯଦି ରାହୁଲ ଦଳରୁ ଇସ୍ତଫା ଦିଅନ୍ତି ତାହେଲେ ଯିଏ ବି ଅଧ୍ୟକ୍ଷ ହେବେ, ତାଙ୍କ ସହ ଗେହଲଟଙ୍କ ସମ୍ପର୍କ ଭଲ ରହିବ ବୋଲି ଆକଳନ ହେଉଛି। କାରଣ ମୁଖ୍ୟମନ୍ତ୍ରୀ ଗେହଲଟ ଦଳର ପୁରୁଣା ନେତା। ତେଣୁ ସଚିନ୍ ପାଇଲଟ ଦଳରେ ଅଣଦେଖା ହେବେ ବୋଲି ଚର୍ଚ୍ଚା ହେଉଛି।

ସେହିପରି ଅଶୋକ ଗେହଲଟ ତାଙ୍କ ପୁଅକୁ ଚଳିତ ନିର୍ବାଚନରେ ପ୍ରାର୍ଥୀ କରିଥିଲେ। ଯାହାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି। ୨୦୧୪ରୁ ସଚିନ ପାଇଲଟ ରାଜସ୍ଥାନ କଂଗ୍ରେସର ନେତୃତ୍ୱ ନେବା ପରେ ସେ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପାଇଁ ସେ ଆଗକୁ ଆସି ପାରୁନଥିବା ଜଣାପଡ଼ିଛି।



from Odisha Reporter http://bit.ly/2VXUVcD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages