‘ରାହୁଲ ଗାନ୍ଧି ଇସ୍ତଫା ଦେବା ଆତ୍ମହତ୍ୟା ସଦୃଶ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

‘ରାହୁଲ ଗାନ୍ଧି ଇସ୍ତଫା ଦେବା ଆତ୍ମହତ୍ୟା ସଦୃଶ’

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଇସ୍ତଫା ଦେବା ପ୍ରସଙ୍ଗରେ ନିଜ ଟ୍ୱିଟର ହ୍ୟାଣ୍ଡଲରେ ପ୍ରତିକ୍ରିୟା ରଖିଛନ୍ତି ବିହାର ରାଷ୍ଟ୍ରୀୟ ଜନତା ଦଳର ସୁପ୍ରିମୋ ଲାଲୁ ଯାଦବ। ରାହୁଲ ଯଦି ଇସ୍ତଫା ପ୍ରସଙ୍ଗରେ ଅଟଳ ରୁହନ୍ତି, ତାହେଲେ କଂଗ୍ରେସ ପାଇଁ ଏହା ଆତ୍ମହତ୍ୟା ସଦୃଶ ହେବ। ଏବଂ ଅନ୍ୟ ସମସ୍ତ ବିରୋଧୀ ଦଳ ପାଇଁ ମଧ୍ୟ ସମାନ ଅବସ୍ଥା ହେବ ବୋଲି ଲାଲୁ ଯାଦବ କହିଛନ୍ତି।

ଯଦି ରାହୁଲ ଗାନ୍ଧି ଇସ୍ତଫା ଦେଉଛନ୍ତି ତାହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସଭାପତି ଅମିତ ଶାହଙ୍କର ଗୋଟିଏ ପଟେ ଉଦ୍ଦେଶ୍ୟ ସତ ହେବ। ଏବଂ ଏହା ପରେ ଗାନ୍ଧି ପରିବାର ବ୍ୟତୀତ ଯିଏ ବି ଦଳର ସଭାପତି ହେବ ତାଙ୍କୁ ସୋନିଆ ଓ ରାହୁଲଙ୍କ ‘ରିମୋର୍ଟ କଣ୍ଟ୍ରୋଲ’ ବୋଲି ମୋଦି ଓ ଅମିତ ଶାହ କହିବେ ବୋଲି ଲାଲୁ କହିଛନ୍ତି। ତେଣୁ ବିଜେପିକୁ ଏଭଳି ସୁଯୋଗ ରାହୁଲ ନଦେବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ ଗୋ ଖାଦ୍ୟ ଦୂର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇ ବିହରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ଏବେ ଝାରଖଣ୍ଡର ବିର୍ଷା ମୁଣ୍ଡା ଜେଲରେ ଅଛନ୍ତି। ସେ ଜେଲରେ ଥିଲେ ମଧ୍ୟ ତାଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ଲାଲୁଙ୍କ ଟ୍ୱିଟର ହ୍ୟାଣ୍ଡଲ ପରିଚାଳିତ ହେଉଛି।



from Odisha Reporter http://bit.ly/2HEkJXg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages