ସନ୍ନିଙ୍କ ଜିତ୍‌ରେ ଉତ୍ସାହିତ ଧର୍ମେନ୍ଦ୍ର , କହିଲେ, ‘ଆଚ୍ଛେ ଦିନ ଆଗୟେ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 23, 2019

ସନ୍ନିଙ୍କ ଜିତ୍‌ରେ ଉତ୍ସାହିତ ଧର୍ମେନ୍ଦ୍ର , କହିଲେ, ‘ଆଚ୍ଛେ ଦିନ ଆଗୟେ’

ମୁମ୍ୱାଇ: ଆକ୍ଟିଂ ସହ ପଲିଟିକ୍ସରେ ବି ସଫଳ ହେଲେ ବଲିଉଡର ଆକ୍ସନ ହିରୋ ସନ୍ନି ଦେଓଲ। ଚଳିତ  ଥର ପ୍ରଥମ କରି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ।  ତଥାପି ବାଜି ମାରିନେଲେ। ଏଥର ସନ୍ନି ଲୋକସଭାରେ ବସିବା ପକ୍କା ହୋଇଗଲା । ନିର୍ବାଚନ କମିଶନରଙ୍କ ଶେଷ ରିପୋର୍ଟ ସୁଦ୍ଧା ସନ୍ନି ୫, ୪୮, ୭୮୦ ଭୋଟ ପାଇଛନ୍ତି। ହେଲେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ସୁନୀଲ ଜାଖଡ ୪, ୭୧ ହଜାର ୫୪୮ ଭୋଟ ପାଇ ପରାଜିତ ହୋଇଛନ୍ତି।

ପୁଅ ଜିତିବାରେ ବାପା ଧର୍ମେନ୍ଦ୍ର ବି ବେଶ୍‌ ଉତ୍ସାହିତ । ବଲିଉଡ଼ର ଏହି ଭେଟେରାନ ଆକ୍ଟର ଟ୍ୱିଟ କରି ପ୍ରଧାନମନ୍ତ୍ରୀ ଓ ପୁଅ ସନ୍ନି ଦେଓଲଙ୍କୁ ଜଣାଇଛନ୍ତି ଶୁଭେଚ୍ଛା। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫକୀର ବାଦଶାହା ଓ ପୁଅ ସନ୍ନିଙ୍କୁ ଧରିତ୍ରୀ ମାଆର ପୁଅ ବୋଲି କହିଛନ୍ତି। ଏହା ସହ ‘ଆଚ୍ଛେ ଦିନ’ ସତରେ ଆସିଗଲା ବୋଲି ଟ୍ୱିଟ କରିଛନ୍ତି।

ସନ୍ନି ଦେଓଲ ପଞ୍ଜାବର ଗୁରୁଦାସପୁର ସିଟ୍‌ରୁ ଭାଜପାର ଲୋକସଭା ପ୍ରାର୍ଥୀ ଥିଲେ। ଏହି ସିଟ୍‌ରୁ ସନ୍ନିଙ୍କ ସହ ଲଢୁଥିବା ସୁନୀଲ ଜାଖଡ ମଧ୍ୟ ତାଙ୍କ ପୁଅ ଭଳି ବୋଲି କହିଛନ୍ତି ଧର୍ମେନ୍ଦ୍ର। ଆଗରୁ ସେ ଯଦି ଜାଣିଥାନ୍ତେ ସନ୍ନି ଓ ସୁନୀଲ ମୁହାଁମୁହିଁ ହେଉଛନ୍ତି, ତା ହେଲେ ସେ କେବେ ବି ନିର୍ବାଚନ ଲଢିବାକୁ ପୁଅକୁ ଅନୁମତି ଦେଇନଥାନ୍ତେ। ଗୁରୁଦାସପୁର ସିଟ୍‌ରୁ ପୂର୍ବରୁ  ସ୍ୱର୍ଗୟ  ବିନୋଦ ଖନ୍ନା ବିଜେପିର ସାଂସଦ ରହିଥିଲେ।



from Odisha Reporter http://bit.ly/2HMsUQf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages