ରାୟଗଡ଼ା ସିଡିଏମ୍‌ଓ ସସ୍‌ପେଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 2, 2019

ରାୟଗଡ଼ା ସିଡିଏମ୍‌ଓ ସସ୍‌ପେଣ୍ଡ

କଲ୍ୟାଣସିଂହପୁର(ମାଉଡି ବାରିକ): ବାତ୍ୟା ‘ଫୋନି’ ପାଇଁ ରାଜ୍ୟ ସରକାର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି। ଏହି ନିର୍ଦ୍ଦେଶକୁ ଅବମାନନା କରିଥିବାରୁ ରାୟଗଡ଼ା ସିଡିଏମ୍‌ଓ ଡାକ୍ତର ଶିବପ୍ରସାଦ ପାଢ଼ୀଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏସ୍‌ଆର୍‌ସି ତାଙ୍କୁ ଆଜି ସସ୍‌ପେଣ୍ଡ କରିଛନ୍ତି। ରାୟଗଡ଼ା ଏଡିଏମ୍‌ଓ ଡାକ୍ତର ଶକ୍ତି ମହାନ୍ତିଙ୍କୁ ସିଡିଏମ୍‌ଓ ଦାୟିତ୍ୱ ହସ୍ତାନ୍ତର କରାଯାଇଛି।

ସୂଚନାରୁ ପ୍ରକାଶ, ଡାକ୍ତର ପାଢ଼ୀ କିଛି ଦିନ ତଳେ ଛୁଟି ନେଇ ରାଜ୍ୟ ବାହାରକୁ ଯାଇଥିଲେ। ଏହି ସମୟରେ ସାମୁଦ୍ରିକ ଝଡ଼ ‘ଫୋନି’ ଆସିବାରୁ ରାଜ୍ୟ ସରକାର ତାଙ୍କ ଛୁଟି ବାତିଲ କରିଥିଲେ। ଏପରିକି କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସତ୍ତ୍ୱେ ଡାକ୍ତର ପାଢ଼ୀ କାର୍ଯ୍ୟରେ ଯୋଗଦେଇନଥିଲେ। ତେଣୁ ତାଙ୍କୁ ଆଜି ସସ୍‌ପେଣ୍ଡ କରାଯାଇଛି।



from Odisha Reporter http://bit.ly/2GRvXWU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages