ବିଜେଡିର ନୂଆ ରେକର୍ଡ,ଏଥର ସର୍ବାଧିକ ମହିଳା ବିଧାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 24, 2019

ବିଜେଡିର ନୂଆ ରେକର୍ଡ,ଏଥର ସର୍ବାଧିକ ମହିଳା ବିଧାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କ୍ରମାଗତ ପଞ୍ଚମଥର କ୍ଷମତାସୀନ ହେବାକୁ ଯାଉଥିବା ବିଜେଡି ଆଉ ଏକ ନୂଆ ରେକର୍ଡ ସ୍ଥାପନ କରିଛି। ଗତ ଦୁଇଦଶନ୍ଧି ମଧ୍ୟରେ ପ୍ରଥମଥର ପାଇଁ ବିଜେଡିର ସର୍ବାଧିକ ୧୨ଜଣ ମହିଳା ବିଧାୟକ ନିର୍ବାଚିତ ହୋଇ ଆସିଛନ୍ତି। ଅନ୍ୟପକ୍ଷେ ବିଜେପିର କୁସୁମ ଟେଟେ ଏକମାତ୍ର ମହିଳା ବିଧାୟକ ଭାବେ ବିଜୟୀ ହୋଇଛନ୍ତି। ୨୦୧୪ ବିଧାନସଭାରେ ମୋଟ ମହିଳା ବିଧାୟକଙ୍କ ସଂଖ୍ୟା ୧୨ ଥିବାବେଳେ ଚଳିତଥର ଏହା ବୃଦ୍ଧି ପାଇ ୧୩ରେ ପହଞ୍ଚିଛି। ଚଳିତଥର ବିଧାନସଭାରେ ବିଜେଡିର ମହିଳା ବିଧାୟକଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି।

୨୦୧୪ ମସିହା ନିର୍ବାଚନରେ ବିଜେଡିର ୧୧ଜଣ ଓ ବିଜେପିର ଜଣେ ମହିଳା ବିଧାନସଭାକୁ ନିର୍ବାଚିତ ହୋଇଥିବାବେଳେ ୨୦୦୯ ବିଧାନସଭା ନିର୍ବାଚନରେ ବିଜେଡିର ୬ଜଣ ଓ କଂଗ୍ରେସର ଜଣେ ମହିଳା, ୨୦୦୪ ନିର୍ବାଚନରେ ବିଜେଡିର ୪ଜଣ,ବିଜେପିର ୫ଜଣ, କଂଗ୍ରେସର ୨ଜଣ ଓ ଜଣେ ସ୍ୱାଧୀନ ମହିଳା ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେହିପରି ୨୦୦୦ ମସିହା ନିର୍ବାଚନରେ ବିଜେଡିର ୯ଜଣ, ବିଜେପିର ୨ଜଣ ଓ କଂଗ୍ରେସର ୩ଜଣ ମହିଳା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବିଧାନସଭାରେ ୨୦୦୦ ମସିହାରେ ୧୪ଜଣ, ୨୦୦୪ରେ ୧୨ଜଣ ମହିଳା, ୨୦୦୯ରେ ୭ଜଣ ମହିଳା, ୨୦୧୪ରେ ୧୨ଜଣ ମହିଳା ବିଧାୟକ ଥିବାବେଳେ ୨୦୧୯ ନିର୍ବାଚନରେ ୧୩ଜଣ ମହିଳା ନିର୍ବାଚିତ ହୋଇଛନ୍ତି।

ବିଜେଡି ଏଥର ବିଧାନସଭା ନିର୍ବାଚନରେ ୧୯ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୭ଜଣ ପରାଜିତ ହୋଇଛନ୍ତି। ସେମାନେ ହେଲେ ସରୋଜିନୀ ହେମ୍ବ୍ରମ(ବାରିପଦା), ପୂର୍ଣ୍ଣବାସୀ ନାୟକ(ମୋହନା), କଲ୍ୟାଣୀ ଗଜପତି(ପାରଳାଖେମୁଣ୍ଡି), ବାସନ୍ତୀ ମାରାଣ୍ଡି(ରାଇରଙ୍ଗପୁର), ରୀନା ତନ୍ତୀ(ରେଙ୍ଗାଳୀ), ରାସେଶ୍ୱରୀ ପାଣିଗ୍ରାହୀ(ସମ୍ବଲପୁର) ଓ ନନ୍ଦିନୀ ଦେବୀ(ସାନଖେମୁଣ୍ଡି)ଙ୍କୁ ପରାଜିତ ହେବାକୁ ପଡ଼ିଛି।

ତେବେ ବିଜେଡିର ପଦ୍ମିନୀ ଦିଆନ, ଉଷା ଦେବୀ, ସ୍ନେହାଙ୍ଗିନୀ ଛୁରିଆ, ମଞ୍ଜୁଳା ସ୍ୱାଇଁ, ଲତିକା ପ୍ରଧାନ, ଟୁକୁନି ସାହୁ, ମୀନାକ୍ଷୀ ମହନ୍ତ, ବାସନ୍ତୀ ହେମ୍ବ୍ରମ, ସୀମାରାଣୀ ନାୟକ, ସୁନନ୍ଦା ଦାସ, ପ୍ରମିଳା ମଲ୍ଲିକ, କେକ ସୂର୍ଯ୍ୟମଣି ବିଜୟୀ ହୋଇଛନ୍ତି। ଏଥିରେ ଉଷା, ସ୍ନେହାଙ୍ଗିନୀ, ଟୁକୁନି, ସୀମା ଓ ପ୍ରମିଳା ପୁନର୍ବାର ନିର୍ବାଚିତ ହୋଇଛନ୍ତି। ଅପରପକ୍ଷରେ ଗତ ବିଧାନସଭାରେ ବିଜେପିର ଏକମାତ୍ର ମହିଳା ବିଧାୟକ ରାଧାରାଣୀ ପଣ୍ଡା ଏଥର ପରାଜିତ ହୋଇଥିବାବେଳେ ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିବା କୁସୁମ ଟେଟେ ବିଜୟୀ ହୋଇଛନ୍ତି।



from Odisha Reporter http://bit.ly/2MalITk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages