ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିଲେ ଏନ୍‌ଡିଏକୁ ସମର୍ଥନ: ବିଜେଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିଲେ ଏନ୍‌ଡିଏକୁ ସମର୍ଥନ: ବିଜେଡି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଭିନ୍ନ ଜାତୀୟ ଟିଭି ଚ୍ୟାନେଲ୍ ଏବଂ ସର୍ବେକ୍ଷଣ ସଂସ୍ଥା ଏକଜିଟ୍‌ ପୋଲ୍‌ରେ ଏନ୍‌ଡିଏ ବହୁମତ ସହ ପୁଣି କ୍ଷମତାକୁ ଫେରିବ ବୋଲି ଆକଳନ କରିବା ପରେ ଏନଡିଏ ମେଣ୍ଟରେ ଯୋଗ ଦେବା ନେଇ ବିଜେଡି ମୁହଁ ଖୋଲିଛି। ବିଜେପି ନେତୃତ୍ୱାଧୀନ ମେଣ୍ଟ ସରକାରରେ ବିଜେଡି ସାମିଲ ହେବାକୁ ଆଗ୍ରହୀ ଥିବା ପରୋକ୍ଷରେ ସୂଚାଇଛି। ଅର୍ଥାତ ଦଶ ବର୍ଷ ପରେ ପୁଣି ଏନ୍‌ଡିଏରେ ସାମିଲ ହେବା ପାଇଁ ବିଜେଡି ପ୍ରୟାସ ଆରମ୍ଭ କରିଛି।

ବିଜେଡି ମୁଖପାତ୍ର ତଥା ଆଇଟି ସେଲ୍ ମୁଖ୍ୟ ଅମର ପଟ୍ଟନାୟକ ‘ଟାଇମ୍ସ ନାଓ’କୁ କହିଛନ୍ତି, ଓଡ଼ିଶାର ସମସ୍ୟାକୁ ବୁଝିପାରୁଥିବା ଏବଂ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ପ୍ରସ୍ତୁତ ଥିବା ଏନ୍‌ଡିଏ କିମ୍ବା ସେହିଭଳି କିଛି ମେଣ୍ଟ ବିଜେଡିର ସମର୍ଥନ ପାଇବ। ସେ ଆହୁରି ମଧ୍ୟ କହିଛନ୍ତି, ଏକଜିଟ୍‌ ପୋଲ୍‌ ଅନୁଯାୟୀ ଯଦି ଏନ୍‌ଡିଏ କେନ୍ଦ୍ରରେ ସରକାର ଗଠନ କରେ ଆମେ ଏଥିରେ ଅଂଶୀଦାର ହେବାର ଯଥେଷ୍ଟ ସମ୍ଭାବନା ରହିଛି। ସ୍ୱତନ୍ତ୍ର ରାଜ୍ୟ ପାହ୍ୟା କଥା ଯିଏ ଗ୍ରହଣ କରିବ ଆମେ ତା’ ସହିତ ଅଛୁ।

ସୂଚନାଯୋଗ୍ୟ ଯେ, ଟାଇମ୍ସ ନାଓ-ଭିଏମ୍‌ଆର ପୋଲ୍‌ ଆକଳନ ଅନୁସାରେ ବିଜେପି ଓଡ଼ିଶାରେ ୧୨ଟି ଲୋକସଭା ଆସନରେ ଜିତିପାରେ। କଂଗ୍ରେସ ଗୋଟିଏରେ ଏବଂ ଶାସକ ଦଳ ବିଜେଡି ମାତ୍ର ୮ଟିରେ ସୀମିତ ରହିବ ବୋଲି ଏହି ଆକଳନରେ କୁହାଯାଇଛି। ଓଡ଼ିଶାରେ ୭ଟି ପର୍ଯ୍ୟାୟରୁ ୪ଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା। ତେବେ ଗତ ଲୋକସଭା ନିର୍ବାଚନରେ ୨୧ରୁ ୨୦ଟି ଆସନ ଜିତିଥିବା ବିଜେଡି ଯଦି ଏକଜିଟ୍‌ ପୋଲ ଅନୁଯାୟୀ ଅଧାକୁ ଖସିଆସେ, ତେବେ କେନ୍ଦ୍ରରେ ଏହାର ଦବ୍‌ଦବା ହ୍ରାସ ପାଇବା ନିଶ୍ଚିତ ହୋଇଯିବ। ତେଣୁ ଏହି ଦଳ ଏନ୍‌ଡିଏରେ ସାମିଲ ହେବା ପାଇଁ ରେଜଲ୍ଟ ଆସିବା ଆଗରୁ ହିଁ ମେଣ୍ଟରେ ସାମିଲ ହେବାର ପ୍ରୟାସ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି।



from Odisha Reporter http://bit.ly/2Jv9ySZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages