
ନୂଆଦିଲ୍ଲୀ: ଚଳିତ ଆଇପିଏଲର ପ୍ଲେଅଫ୍ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସକୁ ବଡ଼ ଝଟକା ଲାଗିଛି। ଟିମର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ କେଦାର ଯାଦବ ଆହତ କାରଣରୁ ଆଇପିଏଲରୁ ବାଦ୍ ପଡ଼ିଛନ୍ତି। ରବିବାର କିଙ୍ଗସ୍ ଇଲେଭେନ୍ ପଞ୍ଜାବ ବିପକ୍ଷ ମ୍ୟାଚରେ ଫିଲ୍ଡିଂ କରୁଥିବା ବେଳେ କେଦାରଙ୍କୁ ଆଘାତ ଲାଗିଥିଲା।
ଆହତ ଯୋଗୁ କେଦାର ଗ୍ରାଉଣ୍ଡ ବାହାରକୁ ଚାଲିଯାଇଥିଲେ। ବିଶ୍ୱକପକରୁ ଆଉ ତିନି ସପ୍ତାହ ସମୟ ଥିବାରୁ ଏଭଳି ସ୍ଥିତିରେ କେଦାରଙ୍କ ଆହତ ହେବା ଟିମ୍ ଇଣ୍ଡିଆ ପାଇଁ ବଡ଼ ସମସ୍ୟା। କେଦାର ଆହତକୁ ନେଇ ଚେନ୍ନାଇ ଟିମର କୋଚ୍ ଷ୍ଟିଫେନ୍ ଫ୍ଲେମିଂ କହିଛନ୍ତି, ‘ଆସନ୍ତାକାଲି କେଦାରଙ୍କ ଏକ୍ସ-ରେ’ ଓ ସ୍କାନ୍ କରାଯିବ। ଏହା ପରେ ହିଁ କୌଣସି ନିଷ୍ପତ୍ତି ନିଆଯିବ।
ତେଣୁ ଆଇପିଏଲର ବାକି ମ୍ୟାଚ୍ ଗୁଡ଼ିକରେ ହୁଏତ ଆଉ କେଦାରଙ୍କୁ ଦେଖିବାକୁ ମିଳିନପାରେ।’ ତେବେ ମିଳିଥିବା ଖବର ଅନୁଯାୟୀ, କେଦାରଙ୍କ ଆହତ ସେତେଟା ଗୁରୁତର ନୁହେଁ। ତାଙ୍କୁ ଫିଟ୍ ହେବା ପାଇଁ ଦୁଇ ସପ୍ତାହ ସମୟ ଲାଗିବ। ତେଣୁ କେଦାର ବିଶ୍ୱକପ୍ ପାଇଁ ଉବଲବ୍ଧ ହେବେ।
from Odisha Reporter http://bit.ly/2V3ahfn
No comments:
Post a Comment