
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ପୁରୀ ଓ ଭୁବନେଶ୍ୱରରେ ବ୍ୟାପକ କ୍ଷୟକ୍ଷତି କରିଥିବା ବେଳେ ଏ ଦୁଇ ସହର ସମେତ ଖୋର୍ଦ୍ଧା ଓ କଟକରେ ମଧ୍ୟ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ତାର ଉପରେ ଗଛ ପଡ଼ିଯାଇଛି। କିଛି ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଯାଇଥିବା ବେଳେ କେଉଁଠି ପୂରା ଉପୁଡ଼ି ପଡ଼ିଛି। ଆଉ କେଉଁଠି ତାର ଛିଡ଼ି ରାସ୍ତାରେ ପଡ଼ିଛି। ଉପୁଡ଼ି ପଡ଼ିଥିବା ଗଛଗୁଡ଼ିକୁ ହଟା ଯାଉଥିବା ବେଳେ ବିଦ୍ୟୁତ୍ ସେବାକୁ ବ୍ୟବସ୍ଥିତ କରିବା ପାଇଁ ପ୍ରୟାସ ଚାଲିଛି।
ଦୁଇ ଦିନ ହେଲା ବିଦ୍ୟୁତ୍ ସରବରାହ ବନ୍ଦ ରହିଥିବା ବେଳେ ପ୍ରଭାବିତ ଅଞ୍ଚଳରେ ଗ୍ରୀଡ୍ ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ନେଇ ଏସ୍ଏଲ୍ଡିସି (ଷ୍ଟେଟ୍ ଲୋଡ୍ ଡିସ୍ପାଚ୍ ସେଣ୍ଟର)ର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ସେ କହିଛନ୍ତି,“ପୁରୀ, କଟକ ଓ ଭୁବନେଶ୍ୱରରେ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। କଟକରେ ସମସ୍ତ ଗ୍ରୀଡ୍ର ମରାମତି କାମ ଶେଷ ହୋଇଛି। ଭୁବନେଶ୍ୱରରେ ଥିବା ୪ଟି ଯାକ ଗ୍ରୀଡ୍ର କାମ କାଲି ଶେଷ ହୋଇଯିବ। ଗ୍ରୀଡ୍ କାମ ଶେଷ ହେବା ପରେ ସେସୁ ବିଦ୍ୟୁତ୍ ଯୋଗାଣ କାମ ଆରମ୍ଭ କରିବ।”
ସେ କହିଛନ୍ତି,“କଟକ, ଭୁବନେଶ୍ୱର ପରେ ପୁରୀରେ ଗ୍ରୀଡ୍ ମରାମତି କାମ ତ୍ୱରାନ୍ୱିତ କରାଯିବ। ପୁରୀର ସବୁ ଗ୍ରୀଡ୍ ମରାମତି ହେବାକୁ ଆଉ ୩ ଦିନ ଲାଗିଯିବ। ଏବେ ସେସୁ ମାତ୍ର ୨୫୦ ମେଗାୱାଟ୍ ବିଜୁଳି ବ୍ୟବହାର କରୁଛି। ସେସୁର ଆବଶ୍ୟକ ବିଜୁଳି ପରିମାଣ ହେଉଛି ୯୦୦ରୁ ୧୦୦୦ ମେଗାୱାଟ୍।”
from Odisha Reporter http://bit.ly/2LkAUwz
No comments:
Post a Comment