ଏଣିକି ବାୟୁ ପ୍ରଦୂଷଣରୁ ମିଳିବ ମୁକ୍ତି, କେମିତି ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

ଏଣିକି ବାୟୁ ପ୍ରଦୂଷଣରୁ ମିଳିବ ମୁକ୍ତି, କେମିତି ଜାଣନ୍ତୁ

ନୂଆଦିଲ୍ଲୀ:ସାରା ଦେଶରେ ବଢୁଛି ବାୟୁ ପ୍ରଦୂଷଣ । ଅଣନିଃଶ୍ୱାସୀ ହେଉଛି ଜୀବନ । ହେଲେ କିଭଳି କମିବ ବାୟୁ ପ୍ରଦୂଷଣ ? ଏ ନେଇ ଉଭୟ ସରକାର ଏବଂ ବେସରକାରୀ ସ୍ତରରେ ଅନେକ ଆଲୋଚନା ହେଉଛି। ହେଲେ ଠୋସ୍ ପଦକ୍ଷେପ ନିଆଯାଇ ପାରୁନି। ବଢ଼ୁଥିବା ଜନସଂଖ୍ୟା ଏବଂ କଳ କାରଖାନାକୁ ଦେଖିଲେ ବାୟୁ ପ୍ରଦୂଷଣ ଯେ କେବେ କମିବ ଏମିତି ବିଶ୍ୱାସ ମନରେ ଆସୁନି।

ଏପରି ପରିସ୍ଥିତିରେ ଆମପାଇଁ ଆଶ୍ୱାସନା ଆଣିଛନ୍ତି କିଛି ଯୁବ ଇଂଜିନିୟରିଂ ଛାତ୍ରଛାତ୍ରୀ। ସେମାନଙ୍କର ଗବେଷଣା ଏ ଦିଗରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବାକୁ ଯାଉଛି।

ସେମାନେ ଦାବି କରିଛନ୍ତି ଯେ, ଯେଉଁ ଗାଡି, ଟ୍ରକ ଓ ବସ୍ ପାଇଁ ପ୍ରଦୂଷଣ ବଢ଼ୁଛି ଏବେ ସେସବୁ କମ୍‌ ହୋଇପାରିବ।  ହରିଆନା ସ୍ଥିତ ଫରିଦାବାଦର ଘରୋଇ ବିଶ୍ୱବିଦ୍ୟାଳୟ ମାନଭ ରଚନା ଶିକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀ ଗବେଷଣା କରି ଏକ ଯନ୍ତ୍ରାଂଶ ଉଦଭାବନ କରିଛନ୍ତି ଯେଉଁ ଯନ୍ତ୍ରାଂଶ ଦ୍ୱାରା ବାୟୁ ପ୍ରଦୂଷଣ କମ୍ ହୋଇପାରିବ ବୋଲି ସେମାନେ କହିଛନ୍ତି।


ରିସର୍ଚ୍ଚ ଟିମ୍‌ର ସଦସ୍ୟ ଡାକ୍ତର ବିଏସ ଗିଲ୍. ଅମିତ କୁମାର ଏବଂ ପ୍ରାଚୀ ଶର୍ମା ଏହି ବୈପ୍ଲବିକ ଯନ୍ତ୍ରାଂଶ ପ୍ରସ୍ତୁତ କରିଛନ୍ତି। ଏହି ଯନ୍ତ୍ରାଂଶର ନାମ ‘ପର୍ଯ୍ୟଯନ୍ତ୍ର’ ରହିଛି। ଏହି ମେସିନ ସମସ୍ତ ଯାନ ବାହାନରେ ଲାଗି ପାରିବ। ଏଥିପାଇଁ ପେଟ୍ରୋଲ, ଡିଜେଲ କିମ୍ୱା କରେଣ୍ଟର ଆବଶ୍ୟକତା ନାହିଁ।

ଏହି ମେସିନ୍‌ରେ ଲାଗିଛି ଏକ ଫିଲ୍‌ଟର।  ଯାନବାହାନରେ ଏହି ‘ପର୍ଯ୍ୟଯନ୍ତ୍ର’ ଲାଗିଲେ ରାସ୍ତାରେ ଯିବା ବେଳେ ସେହି ଅଞ୍ଚଳର ପବନକୁ ଉକ୍ତ ମେସିନ ତାର ଫିଲ୍‌ଟର ସାହାଯ୍ୟରେ ପ୍ରଦୂଷଣମୁକ୍ତ କରି  ପରିଷ୍କାର କରିବ।

ପରୀକ୍ଷଣ ପାଇଁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନଭେମ୍ୱର ୨୦୧୮ରେ ଏହି ପର୍ଯ୍ୟଯନ୍ତ୍ର ଯନ୍ତ୍ରାଂଶକୁ ବ୍ୟବହାର ପାଇଁ ଅନୁମତି ଦେଇଛି। ଏବେ ଦିଲ୍ଲୀ-ଏନସିଆରର ୩୦ଟି ବସରେ ଏହି ଯନ୍ତ୍ରାଂଶ ଲଗାଯାଇଛି। ଏହା ଦ୍ୱାରା ପ୍ରତିଦିନ ଗୋଟିଏ ବସ୍ କିଲୋମିଟର ପିଛା ୨ ଲକ୍ଷ ୫୦ ହଜାର ଲିଟର ବାୟୁକୁ ପରିଷ୍କାର କରୁଥିବା ସୂଚନା ରହିଛି। ୧୦ ଦିନ ମଧ୍ୟରେ ୧.୫ କିଲୋଗ୍ରାମ ଧୂଳିକଣା ବାୟୁମଣ୍ଡଳରୁ ବାହାର କରୁଥିବା କହିଛନ୍ତି ଗବେଷଣାରେ ସାମିଲ ଥିବା ଇଞ୍ଜିନିୟର ଛାତ୍ର ଅମିତ କୁମାର।

ତେବେ ଏହି ଯନ୍ତ୍ରାଂଶକୁ ବ୍ୟବହାର ପାଇଁ ସରକାରୀ ସ୍ତରରେ ଅନୁମତି ମିଳିନାହିଁ। ଆସନ୍ତା ସେପ୍ଟେମ୍ୱର ମାସରେ ଏକ ବିଚାରକ ମଣ୍ଡଳୀ ଏହି ଯନ୍ତ୍ରାଂଶ ବାବଦରେ ପରୀକ୍ଷା କରିବେ ବୋଲି ଜଣାପଡ଼ିଛି। ଏହାପରେ ଉଭୟ ମାନବ ରଚନା ବିଶ୍ୱବିଦ୍ୟାଳୟ ଏବଂ ଗବେଷଣାକାରୀ ଟିମକୁ ‘ୟୁନାଇଟେଡ୍ ନେଶନ ୟଙ୍ଗ ଚାମ୍ପିଅନସିପ୍’ ପୁରସ୍କାର ଦିଆଯିବ ବୋଲି ଜଣାପଡ଼ିଛି।



from Odisha Reporter http://bit.ly/2W6T3TL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages