ପାଣିରେ ବୁଡି ଜଣେ ଛାତ୍ରଙ୍କ ମୃତ୍ୟୁ; ବନ୍ଧା ହେଲେ କୋଂଚି ସେଣ୍ଟର ମାଲିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 24, 2019

ପାଣିରେ ବୁଡି ଜଣେ ଛାତ୍ରଙ୍କ ମୃତ୍ୟୁ; ବନ୍ଧା ହେଲେ କୋଂଚି ସେଣ୍ଟର ମାଲିକ

ସମ୍ବଲପୁ(ସଞ୍ଜୟ ଜେନା): ପାଣିରେ ବୁଡି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ହେଲେ ରଜତ କୁମାର ସାହୁ। ତାଙ୍କ ଘର ସମ୍ବଲପୁର ଜିଲ୍ଲା ବାମରା ଅଞ୍ଚଳରେ। ସେ ଚିପିଲିମା ନବୋଦୟ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର।

ସମ୍ବଲପୁରର ସିଂହପାଲିରେ ଥିବା ଏକ କୋଚିଂ ସେଣ୍ଟରରେ ମାସିକିଆ ସମରକୋର୍ସ ପାଇଁ ରଜତଙ୍କୁ ତାଙ୍କ ବାପା ନାମ ଲେଖାଇ ଥିଲେ। ସେଠାରେ ରହି ରଜତ ପାଠ ପଢୁଥିଲେ।

ଶୁକ୍ରବାର ପୁଅକୁ ଦେଖିବାକୁ ଗାଁରୁ ତାଙ୍କ ବାପା ଆସୁଥିବା ବେଳେ କୋଂଚି ସେଣ୍ଟର ପକ୍ଷରୁ ତାଙ୍କ ପୁଅ ଅସୁସ୍ଥ ଥିବା ନେଇ ଏକ ଫୋନ୍‌ କଲ ପାଇଥିଲେ। ସଦର ହସ୍ପିଟାଲରେ ପହଞ୍ଚି ଦେଖିବା ବେଳେ ତାଙ୍କ ପୁଅର ମୃତ୍ୟୁ ହୋଇସାରିଥିଲା।

ଏହି ଘଟଣାକୁ ନେଇ କୋଚିଂ ସେଣ୍ଟର ମାଲିକ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ନଥିବା ମୃତକଙ୍କ ବାପା କହିଛନ୍ତି।

ପୁଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ରଜତ ତାଙ୍କର କିଛି ସାଙ୍ଗଙ୍କ ସହ ପାଖରେ ଥିବା ଏକ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ବୁଡ଼ି ଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ଅଇଁଠାପାଲି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି କୋଚିଂ ସେଣ୍ଟର ମାଲିକ ଅସିତ ପୁରୋହିତଙ୍କୁ ଗିରଫ କରିଛି।

କୋଚିଂ ସେଣ୍ଟର ମାଲିକ ଅସିତ ପୁରୋହିତ କହିଛନ୍ତି,“ କୋଚିଂ ସେଣ୍ଟର ଗୋଟିଏ ପିଲା ପୋଖରୀରେ ବୁଡ଼ିଯାଇଥିବା ଗାଁ ଲୋକ ଆସି ମତେ କହିଥିଲେ। ମୁଁ, ୱାଡେନ ମାଡାମ୍‌ ଓ ଗାଁ ଲୋକଙ୍କୁ ଧରି ଘଟଣାସ୍ଥଳରେ ପହଞ୍ଚିଥିଲି। ପିଲାଟି ଚେତାଶୂନ୍ୟ ହୋଇଯାଇଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲୁ।”



from Odisha Reporter http://bit.ly/2JE0f3c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages