
ପୁରୀ(ମଧୁସୂଦନ ମିଶ୍ର): ‘ଫୋନି’ରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପୁରୀ ଜିଲ୍ଲା। ଆଖିରେ ନ ଦେଖିଲେ ଏଠାରେ ହୋଇଥିବା କ୍ଷୟକ୍ଷତି ସଂପର୍କରେ କେହି ବିଶ୍ୱାସ କରିବେନି ବୋଲି କୁହାଯାଉଛି। ପୁରୀ ସହର ସହିତ ଗୋପ, ନିମାପଡ଼ା ଓ ବ୍ରହ୍ମଗିରି ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ସେହିପରି ‘ଫୋନି’ ତାଣ୍ଡବରୁ ବର୍ତ୍ତି ପାରିନି ବାଲୁଖଣ୍ଡ ଅଭୟାରଣ୍ୟ।
ସବୁଜ ଜଙ୍ଗଲରେ ଭରପୂର ଥିବା ଏହି ଅଭୟାରଣ୍ୟ ସତେ ଯେମିତି ମାଟିରେ ମିଶିଯାଇଛି। ଏହା ଏବେ ମରୁଭୂମି ଭଳି ଦେଖାଯାଉଛି। ଅଭୟାରଣ୍ୟରେ ଥିବା ଲକ୍ଷ ଲକ୍ଷ ଗଛ ମୁହଁମାଡ଼ି ତଳେ ପଡ଼ିଛନ୍ତି।
ଏମିତିକି ବାଲୁଖଣ୍ଡ ଅଭୟାରଣ୍ୟରେ ରହୁଥିବା ୪୦୦୦ରୁ ଅଧିକ ବିରଳ ଚିତ୍ରା ହରିଣଙ୍କ ସଂପର୍କରେ ଠୋସ୍ ଖବର ମିଳୁନାହିଁ। ରାସ୍ତା ନଥିବାରୁ ଅଭୟାରଣ୍ୟ ଭିତରକୁ ବନ ଅଧିକାରୀ ବି ଯାଇପାରୁନାହାନ୍ତି।
ବାଲୁଖଣ୍ଡ ଅଭୟାରଣ୍ୟ ଏସିଏଫ୍ ବିରଞ୍ଚି ନାରାୟଣ ସାମଲ କହିଛନ୍ତି,“ଆମର ଏ ଜଙ୍ଗଲ ସମ୍ପୂର୍ଣ୍ଣ ଭାବେ ଉଜୁଡ଼ି ଯାଇଛି। ପ୍ରାୟ ସବୁ ଗଛ ଭାଙ୍ଗି ଯାଇଛି। ପାଖାପାଖି ୭୦ରୁ ୮୦ ଲକ୍ଷ ଗଛ ଧରାଶାୟୀ ହୋଇଯାଇଛି। ମାତ୍ର ୨ରୁ ୩ ପ୍ରତିଶତ ଗଛ ରହିଛି।”
ଚିତ୍ରା ହରିଣଙ୍କ ସଂପର୍କରେ ସୂଚନା ଦେଇ ସେ କହିଛନ୍ତି,“ବାଲୁଖଣ୍ଡ ଅଭୟାରଣ୍ୟ ଭିତରେ ଥିବା ନେଚର୍ କ୍ୟାମ୍ପକୁ ଆମ ବରିଷ୍ଠ ଅଧିକାରୀ ଯାଇଥିଲେ। ସେଠାରେ ବହୁ ପରିମାଣରେ ହରିଣ ଥିବା ସେ ଦେଖିଛନ୍ତି। ତେବେ ହରିଣ ମୃତାହତ ହୋଇଥିବା ଆମ ନଜରକୁ ଆସି ନାହିଁ।”
from Odisha Reporter http://bit.ly/2JmmSIm
No comments:
Post a Comment