ଆଜି ରାତିରେ ଭୁବନେଶ୍ୱରରେ ପହଞ୍ଚିବ କଳ୍ପନାଙ୍କ ମରଶରୀର; ଶେଷ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 31, 2019

ଆଜି ରାତିରେ ଭୁବନେଶ୍ୱରରେ ପହଞ୍ଚିବ କଳ୍ପନାଙ୍କ ମରଶରୀର; ଶେଷ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆଜି ଓଡ଼ିଶାରେ ପହଞ୍ଚିବ ଅନ୍ତର୍ଜାତୀୟ ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର। ରାତି ୮ଟା ୫୫ ମିନିଟ୍ ସମୟରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ତାଙ୍କ ମୃତଦେହ ପହଞ୍ଚିବ। ତାଙ୍କର ଶେଷ ଦର୍ଶନ ପାଇଁ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ କଳ୍ପନାଙ୍କ ମରଶରୀରରକୁ ରଖାଯିବ। ରାତି ସାଢ଼େ ୯ଟାରୁ ସାଢ଼େ ୧୦ଟା ଯାଏ ଲୋକେ ତାଙ୍କର ଶେଷ ଦର୍ଶନ କରିପାରିବେ।

ଗତକାଲି କାଠମାଣ୍ଡୁସ୍ଥିତ ଟି.ୟୁଭ. ଟିଚିଂ ହସପିଟାଲ୍ରେ କଳ୍ପନାଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟ ସହ ମୃତ୍ୟୁ ପ୍ରମାଣପତ୍ର ଭାରତୀୟ ଦୂତାବାସକୁ ହସ୍ତାନ୍ତର କରାଯାଇଛି। ଦୂତାବାସ ପକ୍ଷରୁ ସମସ୍ତ କାଗଜପତ୍ର କାମ ସରିବା ପରେ ଏହାକୁ ପରିବାର ଲୋକଙ୍କୁ ଦିଆଯିବ।

ସୂଚନାଯୋଗ୍ୟ, ହିମାଳୟର ଦୁଃସାହସିକ ଅଭିଯାନ ବେଳେ ଅମ୍ଳଜାନ ଅଭାବରୁ କଳ୍ପନା ଦାଶଙ୍କ ଦେହାନ୍ତ ହୋଇଥିଲା। ହିମାଳୟ ଶିଖରରେ ପହଞ୍ଚି ପାଦ ଦେଶକୁ ଓହ୍ଲାଇବା ବେଳେ ଏହି ଦୁଃଖଦ ଘଟଣା ଘଟିଥିଲା। ମୃତ୍ୟୁ ବେଳକୁ କଳ୍ପନାଙ୍କୁ ୪୯ବର୍ଷ ହୋଇଥିଲା।



from Odisha Reporter http://bit.ly/2Ml76Rd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages