ସୁରତ ଟ୍ରାଜେଡି: କାହିଁକି ଦମକଳ ବାହିନୀ ନିଆଁକୁ ଆୟତ୍ତ କରିପାରିନଥିଲା? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 26, 2019

ସୁରତ ଟ୍ରାଜେଡି: କାହିଁକି ଦମକଳ ବାହିନୀ ନିଆଁକୁ ଆୟତ୍ତ କରିପାରିନଥିଲା?

ସୁରତ: ଏଯାଏ ମନରୁ ଲିଭିନି ଗୁଜରାଟ ସୁରତ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣା। ଗତ ସପ୍ତାହ ଶୁକ୍ରାବର (୨୪ ତାରିଖ) ଘଟିଥିବା ଏହି ଦୁର୍ଘଟଣାରେ ଅନେକ ଛାତ୍ରଛାତ୍ରୀ ପାଠ ପଢ଼ିବାକୁ ଆସି ଆଉ ଘରକୁ ଫେରି ନାହାନ୍ତି। କିଏ ଶନିବାର ଦିନ ପ୍ରକାଶ ପାଇବାକୁ ଥିବା ପରୀକ୍ଷା ଫଳ ବାବଦରେ ବୁଝିବାକୁ ଆସିଥିଲା ତ ଆଉ କିଏ ପାଠ ବୁଝିବା ପାଇଁ କୋଚିଂ ସେଣ୍ଟର ଆସିଥିଲା। ଏହି ଦୁର୍ଘଟଣାରେ ଏଯାଏ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ରହିଛି। ତେବେ କୋଚିଂ ସେଣ୍ଟରରେ ନିଆଁ ଲାଗିବାର କାରଣ କଣ ଥିଲା ଏବଂ ନିଆଁକୁ ହଠାତ୍ ଆୟତ୍ତ କରିବାରେ ଦମକଳ ବାହିନୀ କାହିଁକି ଫେଲ୍ ମାରିଥିଲା?

ଏହି ଦୁର୍ଘଟଣାରେ ଗୁଜରାଟ ସରକାର ଦେଇଥିବା ତଦନ୍ତ ନିର୍ଦ୍ଦେଶ ଅନୁସାରେ ମୁଖ୍ୟ ଶାସନ ସଚିବ ଜେଏନ ସିଂହ କହିଛନ୍ତି, କୋଚିଂରେ ସେଣ୍ଟରେ ଛାତ୍ରଛାତ୍ରୀ ଟାୟରରେ ପ୍ରସ୍ତୁତ ଆସନ ଉପରେ ପାଠ ପଢ଼ୁଥିଲେ। ପାଠ ପଢ଼ାଯାଉଥିବା ଶ୍ରେଣୀ ଗୃହଟିର ଉଚ୍ଚତା ମାତ୍ର ୫ ଫୁଟ ରହିଥିବାରୁ ଛାତ୍ରୀଛାତ୍ରୀଙ୍କୁ ତଳେ ବସିବାକୁ ପଡ଼ୁଥିଲା। ଏଥିସହ ଶ୍ରେଣୀ ଗୃହ ଭିତରେ ଏବଂ ବାହାରେ ଅନେକ ଫ୍ଲେକ୍ସ ହୋର୍ଡିଂ ରହିଥିଲା। ଏହି ସବୁ ସାମଗ୍ରୀରେ ନିଆଁ ଶୀଘ୍ର ଲାଗିଥାଏ। ତେଣୁ ନିଆଁ ଲାଗିବା କ୍ଷଣି ହଠାତ୍ ଶ୍ରେଣୀ ଗୃହଟି ଜଳି ଉଠିଥିଲା।

ଏହି ଘଟଣାରେ କୋଚିଂ ସେଣ୍ଟରର ମାଲିକ ଭାର୍ଗଭ ବୁଟାନୀ ଏବଂ କୋଠାର ମାଲିକ ହର୍ଷଲ ଭେକରିଅ ଏବଂ ଜିଗ୍ନେଶ ପଘଦଲ ଗିରଫ ହୋଇଛନ୍ତି।



from Odisha Reporter http://bit.ly/2VT6EsS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages