ବିଶ୍ୱକପ୍‌: ସରିଲା ଅଭ୍ୟାସ ଏବେ ଅସଲ ଲଢ଼େଇ, ଜାଣନ୍ତୁ ଟିମ୍‌ ଇଣ୍ଡିଆର ପୂରା ଖେଳ ସୂଚୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 29, 2019

ବିଶ୍ୱକପ୍‌: ସରିଲା ଅଭ୍ୟାସ ଏବେ ଅସଲ ଲଢ଼େଇ, ଜାଣନ୍ତୁ ଟିମ୍‌ ଇଣ୍ଡିଆର ପୂରା ଖେଳ ସୂଚୀ

ଲଣ୍ଡନ: କ୍ରିକେଟ ବିଶ୍ୱକପ୍‌ ପାଇଁ ଓଲଟା ଗଣତି ଆରମ୍ଭ ହୋଇଯାଇଛି। ଆସନ୍ତାକାଲି ଠାରୁ ଅସଲି ଲଢ଼େଇ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ପରସ୍ପରକୁ ଭେଟିବେ।

ପ୍ରାୟ ଦେଢ଼ ମାସ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଟିମ୍‌ ଇଣ୍ଡିଆ ଉପରେ ସମସ୍ତଙ୍କ ନଜର ରହିଛି। ବିରାଟ୍‌ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ କେତେ ସଫଳତା ହାସଲ କରିପାରୁଛି ଓ ପୁଣି ଭାରତ ବିଶ୍ୱବିଜେତା ହୋଇପାରୁଛି କି ନାହିଁ, ତା’କୁ ସମସ୍ତେ ଅପେକ୍ଷା କରିଛନ୍ତ।

ଏଥର ବିଶ୍ୱକପ୍‌ରେ କୌଣସି ଗୋଟିଏ ହେଲେ ବି ମ୍ୟାଚ୍‌ ସହଜ ହେବନାହିଁ। ବିଶ୍ୱର ବଛାବଛା ୧୦ଟି ଦଳ ଏଥିରେ ଭାଗ ନେଉଛନ୍ତି। ୧୯୯୨ ମସିହା ଫର୍ମାଟ ଅନୁସାରେ ଏଥର ବିଶ୍ୱକପ୍‌ ଖେଳାଯାଉଛି। ଅର୍ଥାତ ରାଉଣ୍ଡ ରବିନ୍‌ ଫର୍ମାଟ। ପ୍ରତ୍ୟେକ ଟିମ୍‌ ପରସ୍ପର ସହ ଗୋଟିଏ ଲେଖାଏ ମ୍ୟାଚ୍‌ ଖେଳିବେ। ଏହାପରେ ପଏଣ୍ଟ ଟେବୁଲରେ ଥିବା ଶ୍ରେଷ୍ଠ ୪ଟି ଦଳ ସେମି ଫାଇନାଲ ଏବଂ ଏହାପରେ ଦୁଇ ବିଜୟୀ ଦଳ ଜୁଲାଇ ୧୪ରେ ବିଶ୍ୱକପ୍‌ ଟ୍ରଫି ପାଇଁ ଲଢ଼େଇ କରିବେ।

କ’ଣ ବିରାଟ୍‌ ଆଣ୍ଡ କୋ ଇଂଲଣ୍ଡରେ ବିଶ୍ୱକପ୍‌ ଜିତିପାରିବେ? ଭାରତ ୧୯୮୩ ଓ ୨୦୧୧ରେ ବିଶ୍ୱକପ୍‌ ଜିତିଥିଲା। କ’ଣ ଭାରତ ଏଥର ଇତିହାସ ରଚି ପାରିବ? ବିଶ୍ୱକପ୍‌ ପୂର୍ବରୁ ବିରାଟ୍‌ଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଏକାଧିକ ସଫଳତା ପାଇଛି। ଉଭୟ ଟେଷ୍ଟ ଓ ଦିନିକିଆରେ ଭାରତ ଜବରଦସ୍ତ ପ୍ରଦର୍ଶନ କରିଛି। ହେଲେ ବିଶ୍ୱକପ୍‌ରେ ବିରାଟ୍‌ ତାଙ୍କ ଦଳକୁ କେମିତି ପରିଚାଳନା କରୁଛନ୍ତି, ସେକଥା ଜାଣିବାକୁ ବାକି ରହିଲା।

ଏବେ ଆସନ୍ତୁ ଜାଣିବା ଭାରତର ବିଶ୍ୱକପ୍‌ ଖେଳସୂଚୀ ଉପରେ

ଜୁନ୍‌ ୫: ଭାରତ ବନାମ ଦକ୍ଷିଣ ଆଫ୍ରିକା, ସ୍ଥାନ: ହାମ୍ପଶିୟର ବାଉଲ

୨୦୧୫ ବିଶ୍ୱକପ୍‌ ପରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୧୨ଟି ମ୍ୟାଚ୍‌ ଖେଳାଯାଇଛି। ଏଥିରେ ଭାରତ ୮ଟି ଜିତିଥିବା ବେଳେ ଦକ୍ଷିଣ ଆଫ୍ରିକା ୪ଟିରେ ବାଜିମାତ କରିଛି। ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ପାଖରେ କାଗିସୋ ରବାଡାଙ୍କ ଭଳି ଦ୍ରୁତ ବୋଲର ରହିଛନ୍ତି। ସେହିପରି ଭାରତ ପାଖରେ କୁଲଦୀପ ଓ ଚହଲଙ୍କ ଭଳି ରିଷ୍ଟ ସ୍ପିନର ରହିଛନ୍ତି। ନିକଟରେ କୁଲଦୀପ-ଚହଲ ଯୋଡ଼ି ଦକ୍ଷିଣ ଆଫ୍ରିକାକୁ ତା’ର ଘରୋଇ ମାଟିରେ ୫-୧ରେ ପରାସ୍ତ କରିଥିଲେ।

ଜୁନ୍‌ ୯: ଭାରତ ବନାମ ଅଷ୍ଟ୍ରେଲିଆ, ସ୍ଥାନ-ଦି ଓଭାଲ, ଲଣ୍ଡନ

୨୦୧୫ ବିଶ୍ୱକପ୍‌ ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୧୮ଟି ଦିନିକିଆ ମ୍ୟାଚ୍‌ ଅନୁଷ୍ଠିତ ହୋଇଛି। ଏଥିରେ ଉଭୟ ଦଳ ୯-୯ଟି ମ୍ୟାଚ୍‌ ଜିତିଛନ୍ତି। ଅଷ୍ଟ୍ରେଲିଆ ପାଖରେ ଦଳର ଦୁଇ ନିର୍ଭରଯୋଗ୍ୟ ବ୍ୟାଟସମ୍ୟାନ୍‌ ଡାଭିଡ୍ ୱାର୍ଣ୍ଣର ଓ ଷ୍ଟିଭ୍ ସ୍ମିଥ ରହିଛନ୍ତି। ଏହି ଦୁଇ ଖେଳାଳି ବଲ୍ ବିକୃତ କରିବା ଘଟଣାରେ ଗୋଟିଏ ବର୍ଷ ବାସନ୍ଦ ହୋଇଥିଲେ। ତେବେ ବିଶ୍ୱକପ୍ ପୂର୍ବରୁ ଉଭୟ କମବ୍ୟାକ୍‌ କରିଛନ୍ତି।

ଜୁନ୍‌ ୧୩: ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ, ସ୍ଥାନ: ଟ୍ରେଣ୍ଟ ବ୍ରିଜ୍‌

୨୦୧୫ ବିଶ୍ୱକପ୍‌ ପରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୧୩ଟି ଦିନିକିଆ ମ୍ୟାଚ୍‌ ଖେଳା ଯାଇଛି। ଏଥିରେ ଭାରତ ୯ଟିରେ ଜିତିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ଖାତାକୁ ୪ଟି ମ୍ୟାଚ୍‌ ଯାଇଛି। ବିଶ୍ୱକପର ଅସଲ ଲଢ଼େଇ ପୂର୍ବରୁ ଅନୁଷ୍ଠିତ ହୋଇଥିବା ଅଭ୍ୟାସ୍ ମ୍ୟାଚରେ କେନ୍ ୱିଲିମିସନଙ୍କ ନ୍ୟୁଜିଲ୍ୟାଣ୍ଡ ଭାରତକୁ ଏକ ତରଫା ଭାବେ ପରାସ୍ତ କରିଥିଲା। ଜୁନ୍‌ ୧୩ରେ ଭାରତ ଏହାର ବଦଲା ନେବାକୁ ଚେଷ୍ଟା କରିବ।

ଜୁନ୍‌ ୧୬: ଭାରତ ବନାମ ପାକିସ୍ତାନ, ମାଞ୍ଚେଷ୍ଟର

ଏହି ମ୍ୟାଚ୍‌ ଉପରେ ସାରା ବିଶ୍ୱର ନଜର ରହିଛି। ଭାରତ ଓ ପାକିସ୍ତାନ ଚିରପ୍ରତିଦ୍ୱନ୍ଦ୍ୱୀ। ବିଶ୍ୱକପ୍‌ରେ ପାକିସ୍ତାନ କେବେ ହେଲେ ଭାରତକୁ ହରାଇ ନାହିଁ। କିନ୍ତୁ ୨୦୧୭ ଚାମ୍ପିୟନ୍ସ ଟ୍ରଫି ଫାଇନାଲ୍‌ରେ ପାକିସ୍ତାନ ବିରାଟ୍‌ ଆଣ୍ଡ କୋଙ୍କୁ ପରାସ୍ତ କରିଦେଇଥିଲା। ଏବେ ପ୍ରତିଶୋଧ ନେବାର ବେଳ ଆସିଛି। ୨୦୧୫ ବିଶ୍ୱକପ୍‌ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ମାତ୍ର ୪ଟି ମ୍ୟାଚ୍‌ ହୋଇଛି। ଭାରତ ୩ଟିରେ ଜିତିଥିବା ବେଳେ ଗୋଟିଏରେ ହାରିଛି।

ଜୁନ୍‌ ୨୨: ଭାରତ ବନାମ ଆଫ୍‌ଗାନିସ୍ତାନ, ସ୍ଥାନ-ହାମ୍ପଶିୟର ବାଉଲ୍

ଅଭ୍ୟାସ ମ୍ୟାଚ୍‌ରେ ଆଫ୍‌ଗାନିସ୍ତାନ ଶକ୍ତିଶାଳୀ ପାକିସ୍ତାନକୁ ପରାସ୍ତ କରି ଢେର ଆତ୍ମବିଶ୍ୱାସ ପାଇଛି। ଆଫଗାନିସ୍ତାନ ଓ ଭାରତ ଏସିଆ କପ୍‌ ବେଳେ ପରସ୍ପରକୁ ଭେଟିଥିଲେ। ଏହି ମ୍ୟାଚ୍‌ଟି ଟାଏରେ ଶେଷ ହୋଇଥିଲା। ଆଫ୍‌ଗାନିସ୍ତାନ ପାଖରେ ରଶିଦ ଖାନ ଓ ମହମ୍ମଦ ନବିଙ୍କ ଭଳି ପ୍ରତିଭାବାନ ଖେଳାଳି ରହିଛନ୍ତି।

ଜୁନ୍‌ ୨୭: ଭାରତ ବନାମ ୱେଷ୍ଟଇଣ୍ଡିଜ, ସ୍ଥାନ-ମାଞ୍ଚେଷ୍ଟର

୨୦୧୫ ବିଶ୍ୱକପ୍‌ ପରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୧୦ଟି ମ୍ୟାଚ୍‌ ଖେଳାଯାଇଛି। ଭାରତ ୬ଟିରେ ଜିତିଥିବା ବେଳେ ୱେଷ୍ଟଇଣ୍ଡିଜ୍‌ ୨ଟିରେ ବାଜିମାତ କରିଛି। ଗୋଟିଏ ମ୍ୟାଚ୍‌ ଟାଏ ରହିଥିବା ବେଳେ ଆଉ ଗୋଟିଏ ମ୍ୟାଚ୍‌ ଖରାପ ପାଗ ଯୋଗୁ ବାତିଲ ହୋଇଛି।

ଜୁନ ୩୦: ଭାରତ ବନାମ ଇଂଲଣ୍ଡ, ସ୍ଥାନ- ବର୍ହିଂହାମ

ଇଂଲଣ୍ଡ ବିଶ୍ୱର ୧ ନଂ ଦଳ ହୋଇଥିବା ବେଳେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ଉଭୟ ଦଳ ବେଶ ସନ୍ତୁଳିତ। ୨୦୧୫ ବିଶ୍ୱକପ୍‌ ପରେ ଉଭୟ ପରସ୍ପରକୁ ୬ଥର ଭେଟିଥିବା ବେଳେ ସମାନ ୩ଟି ଲେଖାଏ ମ୍ୟାଚ ଜିତିଛନ୍ତି। ଇଂଲଣ୍ଡ ପାଖରେ ଦକ୍ଷତାସମ୍ପନ୍ନ ବ୍ୟାଟସ୍‌ମ୍ୟାନ୍‌ ରହିଛନ୍ତି। ଜୋଶ ବଟଲରଙ୍କ ଭଳି ହିଟର୍‌ଙ୍କ ଉପରେ ସମସ୍ତଙ୍କ ନଜର ରହିଛି।

ଜୁଲାଇ ୨: ଭାରତ ବନାମ ବାଂଲାଦେଶ, ସ୍ଥାନ-ବର୍ହିଂହାମ

ଅଭ୍ୟାସ୍‌ ମ୍ୟାଚ୍‌ରେ ଭାରତ ପ୍ରତିପକ୍ଷ ବାଂଲାଦେଶକୁ ୯୨ର ରନ୍‌ରେ ପରାସ୍ତ କରିଛି। ହେଲେ ଭାରତ ଦେଇଥିବା ୩୬୦ ରନ୍‌ର ଟାର୍ଗେଟକୁ ପିଛା କରୁଥିବା ବାଂଲାଦେଶ ୨୬୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଦଳ ପାଖରେ ସୌମ୍ୟ ସରକାର, ତାମିମ ଇକବାଲ ଓ ଲିଟନ ଦାସଙ୍କ ଭଳି ଟପ୍‌ ଅର୍ଡର ବ୍ୟାଟସ୍‌ମ୍ୟାନ ରହିଛନ୍ତି। ସେହିପରି ମଧ୍ୟଭାଗରେ ଅଭିଜ୍ଞ ମୁଶଫିକର ରହିମ ଓ ସାକିବ-ଅଲ ହାସନ ରହିଛନ୍ତି। ତେଣୁ ଭାରତ ପାଇଁ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ସହଜ ହେବନି। ୨୦୧୫ ବିଶ୍ୱକପ୍‌ ପରେ ଉଭୟ ୬ଟି ମ୍ୟାଚ୍‌ରେ ପରସ୍ପରକୁ ଭେଟିଛନ୍ତି। ଭାରତ ୪ଟିରେ ଜିତିଥିବା ବେଳେ ୨ଟିରେ ପରାସ୍ତ ହୋଇଛି।

ଜୁଲାଇ ୬: ଭାରତ ବନାମ ଶ୍ରୀଲଙ୍କା, ସ୍ଥାନ-ହେଡିଂଲେ

ବିଶ୍ୱକପ୍‌ର ଗ୍ରୁପ୍‌ ଷ୍ଟେଜର ଶେଷ ମ୍ୟାଚ୍‌ରେ ଭାରତ ପଡ଼ୋଶୀ ଶ୍ରୀଲଙ୍କାକୁ ଭେଟିବ। ୨୦୧୫ ପରେ ଉଭୟ ୯ଟି ମ୍ୟାଚ୍‌ ଖେଳିଛନ୍ତି। ଏହା ମଧ୍ୟରୁ ଭାରତ ୬ଟିରେ ଜିତିଥିବା ବେଳେ ଶ୍ରୀଲଙ୍କା ୩ଟି ବିଜୟୀ ହୋଇଛି। ଶ୍ରୀଲଙ୍କା ବର୍ତ୍ତମାନ ଦିକିଆ ରାଙ୍କିଙ୍ଗରେ ୯ ନଂ ସ୍ଥାନରେ ରହିଛି।



from Odisha Reporter http://bit.ly/2W8zNoZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages