
ମୁମ୍ବାଇ: କ୍ରିକେଟ୍ ମହାକୁମ୍ଭ ଦିନିକିଆ ୱାର୍ଲ୍ଡ କପ୍ ପାଇଁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ମଙ୍ଗଳବାର ବିଳମ୍ବିତ ରାତିରେ ଇଂଲଣ୍ଡ ଅଭିମୁଖେ ଗସ୍ତ କରିଛି। ଟିମ୍ ଯିବା ପୂର୍ବରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଖେଳାଳିମାନଙ୍କର କିଛି ଫଟୋ ସୋଶାଲ ମିଡିଆରେ ଶେୟାର କରିଛି। ଏଥିରେ ଖେଳାଳିମାନେ ମୁମ୍ବାଇ ଏୟାରପୋର୍ଟରେ ଫ୍ଲାଇଟକୁ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା।
Jet set to go
#CWC19 #TeamIndia pic.twitter.com/k4V9UC0Zao
— BCCI (@BCCI) May 21, 2019
ବିରାଟଙ୍କ ଧୂରନ୍ଦର ଭାରତକୁ ତୃତୀୟ ବିଶ୍ୱକପ୍ ଜିତାଇବା ନେଇ ପ୍ରବଳ ଉତ୍ସାହିତ ଅଛନ୍ତି। ଇଂଲଣ୍ଡ ଗସ୍ତ ଯିବା ସମୟରେ ଭାରତୀୟ ଟିମର ସବୁ ଖେଳାଳି ସୁଟ-ବୁଟ୍ ଟାଇ ପିନ୍ଧି ପୂରା ଜୋଶ୍ ସହ ଦେଶ ଛାଡ଼ିଥିଲେ। ବିଶ୍ୱକପରେ ଭାରତ ତା’ର ଅଭିଯାନ ଜୁନ୍ ୫ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆରମ୍ଭ କରିବ। ଏହା ପୂର୍ବରୁ ଭାରତ ମେ’ ୨୫ ଓ ୨୮ ତାରିଖରେ ଯଥାକ୍ରମେ ନ୍ୟୁଜିଲ୍ୟାଣ୍ଡ ଓ ବାଂଲାଦେଶ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ଖେଳିବ।
ମଙ୍ଗଳବାର ବିଳମ୍ବିତ ରାତି ଇଂଲଣ୍ଡ ଗସ୍ତ ପୂର୍ବରୁ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ୍ ଓ କୋଚ୍ ରବି ଶାସ୍ତ୍ରୀ ଏକ ପ୍ରେସ୍ ମିଟ୍ କରିଥିଲେ। ସେ କହିଥିଲେ, ବିଶ୍ୱକପ୍ ଫର୍ମାଟ୍ ଆମ ପାଇଁ ବହୁତ ଚ୍ୟାଲେଞ୍ଜିଂ ହେବ ଏବଂ କୌଣସି ଟିମ୍ ବିପର୍ଯ୍ୟୟ ଘଟାଇ ପାରନ୍ତି। ତେଣୁ ଆମେ ଏହି ବିଶ୍ୱକପ୍ ପାଇଁ ଭଲ ଭାବେ ପ୍ରସ୍ତୁତ ଅଛୁ ବୋଲି ବିରାଟ କହିଥିଲେ।
ବିଶ୍ୱକପ୍ ପାଇଁ ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ୍ ଶର୍ମା (ଉପଅଧିନାୟକ), ଶିଖର ଧୱନ୍, ଲୋକେଶ ରାହୁଲ, ମହେନ୍ଦ୍ର ସିଂହ ଧୋନି (ୱିକେଟକିପର), କେଦାର ଯାଦବ, ଦିନେଶ କାର୍ତ୍ତିକ, ୟୁଜବେନ୍ଦ୍ର ଚହଲ୍, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମ୍ରା, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ଶାମି, ରବୀନ୍ଦ୍ର ଜାଡେଜା।
from Odisha Reporter http://bit.ly/2M2usL2

No comments:
Post a Comment