ମୁମ୍ବାଇ:ଗତ ବର୍ଷ #MeToo ମାମଲାରେ ଛନ୍ଦି ହୋଇ ଇଣ୍ଡିଆନ୍ ଆଇଡଲ ୧୦ର ବିଚାରକ ପଦରୁ ଓହରିଥିବା ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକ୍ ଇଣ୍ଡିଆନ୍ ଆଇଡଲର ଏକାଦଶ ସଂସ୍କରଣକୁ ଫେରିବେ। କଣ୍ଠଶିଳ୍ପୀ ଶ୍ୱେତା ପଣ୍ଡିତ ତାଙ୍କ ନାମରେ ଅସଦାଚରଣ ଅଭିଯୋଗ ଆଣିବା ପରେ ତାଙ୍କୁ ବିଭିନ୍ନ ମହଲରୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା। ଶ୍ୱେତା କହିଥିଲେ ତାଙ୍କୁ ୧୫ ବର୍ଷ ହୋଇଥିବାବେଳେ ଏଭଳି ଘଟଣା ଘଟିଥିଲା। ଏହାପରେ ଅନ୍ୟମାନେ ମଧ୍ୟ ଅନୁରୂପ ଅଭିଯୋଗ ଆଣିଥିଲେ।
ଏପରି ଅଭିଯୋଗ ଆସିବାପରେ ଅନୁଙ୍କୁ ସିଜିନ୍ ଅଧାରୁ ହିଁ ଏକପ୍ରକାର ବାହାର କରିଦିଆଯାଇଥିଲା। ଏହାପରେ ସୋନୁ ନିଗମ ଏବଂ ସମୀର ଅଞ୍ଜାନ୍ ତାଙ୍କ ସମର୍ଥନରେ ବାହାରିଥିଲେ।
ଏବେ ଶୁଣିବାକୁ ମିଳୁଛି ଯେ, ଏହି କାର୍ଯ୍ୟକ୍ରମରେ ବହୁ ବର୍ଷ ଧରି ବିଚାରକ ଭୂମିକା ତୁଲାଇଥିବା ଅନୁ ପୁଣି ଫେରିବେ। ଅର୍ଥାତ ଭାରତର ସବୁଠାରୁ ପ୍ରସିଦ୍ଧ ରିଅଲିଟି ସିଙ୍ଗିଙ୍ଗ୍ ଶୋ’ରେ ପୁଣି ଅନୁଙ୍କୁ ଦେଖିବାକୁ ମିଳିବ। ଏଯାଏ କିନ୍ତୁ ଏହାର ଏକାଦଶ ସଂସ୍କରଣ ପାଇଁ ପ୍ରସାରଣ ସମୟ ନିର୍ଦ୍ଧାରଣ ହୋଇପାରିନାହିଁ।
from Odisha Reporter http://bit.ly/2WuYTh9
No comments:
Post a Comment