ଆଫ୍ରିଦିଙ୍କ ବିଶ୍ୱକପ୍ ଏକାଦଶରେ ନାହାନ୍ତି ଏହି ଦୁଇ ଭାରତୀୟ କିମ୍ବଦନ୍ତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 1, 2019

ଆଫ୍ରିଦିଙ୍କ ବିଶ୍ୱକପ୍ ଏକାଦଶରେ ନାହାନ୍ତି ଏହି ଦୁଇ ଭାରତୀୟ କିମ୍ବଦନ୍ତୀ

କରାଚୀ: ଆଗକୁ ବିଶ୍ୱକପ୍ ଥିବାରୁ ପାକିସ୍ତାନର ଟପ୍ ଅଲରାଉଣ୍ଡର ଶାହିଦ୍ ଆଫ୍ରିଦି ନିଜର ସର୍ବକାଳୀଳ ଏକାଦଶ ଟିମ୍ ଘୋଷଣା କରିଛନ୍ତି। ତେବେ ସେ ନିଜର ଏହି ବିଶ୍ୱକପ୍ ଏକାଦଶ ଟିମରୁ ଭାରତର ଦୁଇ କିମ୍ବଦନ୍ତୀ କ୍ରିକେଟରଙ୍କୁ ବାଦ୍ ଦେଇଛନ୍ତି। ଆଫ୍ରିଦି ନିଜ ଟିମରେ ଭାରତର ସଚିନ ତେନ୍ଦୁଲକର ଓ ମହେନ୍ଦ୍ର ସିଂହ ଧୋନିଙ୍କୁ ସ୍ଥାନ ଦେଇନାହାନ୍ତି।

କିନ୍ତୁ ନିଜ ଟିମରେ ସେ ପାକିସ୍ତାନର ୫ଜଣ ଖେଳାଳିଙ୍କୁ ସ୍ଥାନ ଦେଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ବିଶ୍ୱକପରେ ସଚିନଙ୍କ ରେକର୍ଡ ଜବରଦସ୍ତ ରହିଛି। ସଚିନ ୪୫ ମ୍ୟାଚରେ ୫୬.୯୫ ହାରରେ ୨୨୭୮ ରନ୍ କରିଛନ୍ତି। କେବଳ ଏତିକି ନୁହେଁ, ସେ ସର୍ବାଧିକ ୬ ଶତକ ଓ ୧୫ ଅର୍ଦ୍ଧଶତକ ମଧ୍ୟ ମାରିଛନ୍ତି।

ଅନ୍ୟପକ୍ଷରେ ମହେନ୍ଦ୍ର ସିଂହ ଧୋନି ଦିନିକିଆ ଓ ଟି-୨୦ ବିଶ୍ୱ ବିଜେତା ଟିମର ଅଧିନାୟକ ରହିଛନ୍ତି। ଧୋନି ଭାରତକୁ ୨୦୧୧ ବିଶ୍ୱକପ୍ରେ ଚାମ୍ପିଅନ୍ କରାଇବାରେ ପ୍ରମୁଖ ଯୋଗଦାନ ବହନ କରିଥିଲେ ଏବଂ ତାଙ୍କର ରେକର୍ଡ ମଧ୍ୟ ଦମଦାର ରହିଛି। ଏଭଳି ସ୍ଥିତିରେ ଏହି ଦୁଇ ଭାରତୀୟଙ୍କୁ ଅଣଦେଖା କରିବା ନେଇ ଆଫ୍ରିଦିଙ୍କୁ ସୋଶାଲ ମିଡିଆରେ ଟ୍ରୋଲ କରାଯାଇଛି। ଆଫ୍ରିଦି ନିଜ ଏକାଦଶରେ ଏକମାତ୍ର ଭାରତୀୟ ଭାବେ ବିରାଟ କୋହଲିଙ୍କ ସ୍ଥାନ ପାଇଛନ୍ତି।

ଆଫ୍ରିଦିଙ୍କ ବିଶ୍ୱକପ୍ ଏକାଦଶ ଟିମ୍: ସଇଦ ଅନୱର, ଆଡାମ ଗିଲଖ୍ରୀଷ୍ଟ, ରିକି ପଣ୍ଟିଂ, ବିରାଟ୍ କୋହଲି, ଇଞ୍ଜାମାମ୍ ଉଲ୍-ହକ୍, ଜ୍ୟାକ୍ କାଲିସ୍, ୱାସିମ୍ ଆକ୍ରାମ, ଗ୍ଲେନ୍ ମ୍ୟାକଗ୍ରା, ଶେନ୍ ୱାର୍ଣ୍ଣ, ଶୋଏବ ଅଖତର, ସକଲେନ୍ ମୁସ୍ତାକ୍।



from Odisha Reporter http://bit.ly/2IT1v1I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages