
ନୂଆଦିଲ୍ଲୀ: ବିଶ୍ୱକପ୍ ଆରମ୍ଭ ହେବାକୁ ଆଉ ମାସେରୁ କମ୍ ସମୟ ରହିଲା ଏବଂ ଏଭଳି ସ୍ଥିତିରେ ଦକ୍ଷିଣ ଆଫ୍ରିକା ପାଇଁ ଏକ ବଡ଼ ସମସ୍ୟା ଦେଖା ଦେଇଛି। ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଥିବା ଷ୍ଟାର୍ ପେସ୍ ବୋଲର କାଗିସୋ ରବାଡା ପିଠିରେ ଯନ୍ତ୍ରଣା ଅନୁଭୂତ କରିଛନ୍ତି ଏବଂ ତାଙ୍କ ସ୍କାନ୍ ରିପୋର୍ଟ କ୍ରିକେଟ୍ ସାଉଥ ଆଫ୍ରିକା (ସିଏସଏ)କୁ ପଠାଇ ଦିଆଯାଇଛି। ପିଠିରେ ଯନ୍ତ୍ରଣା କାରଣରୁ ରବାଡା ବୁଧବାର ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷ ମ୍ୟାଚ୍ ଖେଳିପାରିନଥିଲେ।
ରବାଡାଙ୍କ ପିଠିଜନିତ ଯନ୍ତ୍ରଣାକୁ ନେଇ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଜଣେ ସିନିୟର ଅଧିକାରୀ କହିଛନ୍ତି, ରବାଡାଙ୍କ ସମସ୍ତଙ୍କ ଯାଞ୍ଚ ଶେଷ ହୋଇଛି ଏବଂ ଏହାର ରିପୋର୍ଟ ସିଏସଏକୁ ପଠାଯାଇଛି। ଆଇପିଏଲର ବାକି ମ୍ୟାଚରେ ରବାଡାଙ୍କ ଖେଳିବା ନିଷ୍ପତ୍ତି ସିଏସଏ ନେବ। ରବାଡା ପିଠିରେ ଯନ୍ତ୍ରଣା ନେଇ ଆମକୁ କହିଥିଲେ ଏବଂ ଆମେ ତାଙ୍କର ସବୁ ପରୀକ୍ଷା ମଧ୍ୟ କରାଇଛୁ, କାରଣ ଆମ ପାଇଁ ଖେଳାଳିମାନଙ୍କ ଫିଟନେସ୍ ମୁଖ୍ୟ କଥା।
ବିଶ୍ୱକପକୁ ଦୃଷ୍ଟିରେ ରଖି ସିଏସଏ ଆମ ସହ ସମ୍ପର୍କରେ ରହିଛି। ଆମେ ସେମାନଙ୍କୁ ରବାଡାଙ୍କ ସବୁ ରିପୋର୍ଟ ପଠାଇ ଦେଇଛୁ। ସେମାନେ ରିପୋର୍ଟର ଯାଞ୍ଚ କରିବେ ଏବଂ ଆଇପିଏଲରେ ରବାଡାଙ୍କ ଖେଳିବା ନେଇ ଆମକୁ ସୂଚନା ଦେବେ ବୋଲି ଦିଲ୍ଲୀ କ୍ୟାପିଟାଲ୍ସ ଦଳର ସିନିୟର ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ, ଚଳିତ ଆଇପିଏଲରେ ରବାଡାଙ୍କ ପ୍ରଦର୍ଶନ ଜବରଦସ୍ତ ରହିଛି। ସେ ୧୨ ମ୍ୟାଚରେ ୨୫ ୱିକେଟ ନେଇ ଶୀର୍ଷରେ ଅଛନ୍ତି। ଦ୍ୱିତୀୟ ସ୍ଥାନରେ ଅଛନ୍ତି ତାଙ୍କ ଦେଶର ଇମ୍ରାନ ତାହିର୍, ଯିଏ ୧୩ ମ୍ୟାଚରେ ୨୧ ୱିକେଟ୍ ନେଇଛନ୍ତି।
from Odisha Reporter http://bit.ly/2ITcXdT
No comments:
Post a Comment