
ପିପିଲି(ଦ୍ୱିତୀକୃଷ୍ଣ ପଟ୍ଟନାୟକ): ପିପିଲିରେ ବିଜେପି ନେତା ଆଶ୍ରିତ ପଟ୍ଟନାୟକଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ବଳଙ୍ଗା ଥାନା ଅନ୍ତର୍ଗତ କମାକନ୍ତିଆରେ ଥିବା ତାଙ୍କ ଘର ଉପରକୁ ଏହି ବୋମାମାଡ଼ ହୋଇଛି।
ଦୁର୍ବୃତ୍ତମାନେ ଗତକାଲି ବିଳମ୍ବିତ ରାତିରେ ଦୁଇଟି ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ବୋମାମାଡ଼ରେ ଘର କବାଟ ଭାଙ୍ଗିଯାଇଛି। ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି।ପୁଲିସ୍ ଘଟଣାର ତଦନ୍ତ କରୁଛି।
ସୂଚନାଯୋଗ୍ୟ, ପିପିଲିରୁ ଆଶ୍ରିତ ବିଜେପିର ବିଧାୟକ ପ୍ରାର୍ଥୀ ହୋଇଥିଲେ। ହେଲେ ସେ ପ୍ରଦୀପ ମହାରଥୀଙ୍କଠାରୁ ପରାସ୍ତ ହୋଇଥିଲେ।
from Odisha Reporter http://bit.ly/2wkGjJM
No comments:
Post a Comment