ତୃତୀୟ ଥର ପାଇଁ ବିଧାୟକ ହେଲେ ପଦ୍ମନାଭ ବେହେରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 25, 2019

ତୃତୀୟ ଥର ପାଇଁ ବିଧାୟକ ହେଲେ ପଦ୍ମନାଭ ବେହେରା

BJD

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ପଦ୍ମନାଭ ବେହେରା ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ରଘୁନାଥ ଜଗଦଲାଙ୍କୁ ୧୩ ହଜାର୭୧ ଭୋଟ୍‌ରେ ପରାସ୍ତ କରିଛନ୍ତି। ଏଥିସହ ସେ ତୃତୀୟ ଥର ପାଇଁ ବୀରମହାରାଜପୁର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

ଅନ୍ୟପକ୍ଷରେ ଦଳର ନେତା ଓ କର୍ମୀ ପଦ୍ମନାଭ ବେହେରାଙ୍କୁ ଶୁଭେଚ୍ଛା ଜଣାଇବା ସହ ବୀରମହାରାଜପୁରରେ ବିଜୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ବିଜୟ ପରେ  ପଦ୍ମନାଭ ବେହେରା କହିଛନ୍ତି,“ ମୁଁ ବୀରମହାରାଜପୁର ବାସୀଙ୍କ ନିକଟରେ ଚିର କୃତଜ୍ଞ। ସେମାନେ ଭୋଟ୍‌ ମାଧ୍ୟମରେ ଯେଭଳି ଆଶୀର୍ବାଦ ଦେଇଛନ୍ତି ସେମାନଙ୍କ କଥା ସାରା ଜୀବନ ମନେ ପଡ଼ିବ। ମୋର ପ୍ରଥମ ପ୍ରାଥମିକତା ନିଶ୍ଚିତ ଭାବେ ରହିବ ସମସ୍ତଙ୍କୁ ପିଇବା ପାଣିର ବ୍ୟବସ୍ଥା କିପରି କରାଯିବ। ଏହା ସବୁ ଜମିକୁ ଜଳସେଚନବ ବ୍ୟବସ୍ଥା କରାଯିବ।”



from Odisha Reporter http://bit.ly/2W0xEM4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages