
ନୂଆଦିଲ୍ଲୀ: ଦେଶର ବିଭିନ୍ନ ଗଣମାଧ୍ୟମ ଓ ସର୍ଭେ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ୍ ଫଳାଫଳ ଗତକାଲି ସନ୍ଧ୍ୟାରେ ପ୍ରକାଶ ପାଇଛି। ଆନ୍ଧ୍ରପ୍ରଦେଶ ବିଧାନସଭା ପାଇଁ ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ସର୍ଭେରେ YSR କଂଗ୍ରେସକୁ ସଂଖ୍ୟା ଗରିଷ୍ଠତା ମିଳିବ ବୋଲି ଦର୍ଶାଯାଇଛି।
ଆନ୍ଧ୍ରରେ ଥିବା ମୋଟ୍ ୧୭୫ଟି ବିଧାନସଭା ଆସନରୁ YSR କଂଗ୍ରେସକୁ ୧୩୦-୧୩୫ଟି ସିଟ୍ ମିଳୁଥିବା ବେଳେ ଟିଡିପିକୁ ୩୭ରୁ ୪୦ଟି ସିଟ୍ ମିଳିପାରେ। ସେହିପରି ରାଜ୍ୟରେ କଂଗ୍ରେସ ଓ ବିଜେପି ଖାତା ଖୋଲିପାରିବନି ବୋଲି ଇଣ୍ଡିଆ ଟୁଡେ ସର୍ଭେରେ ଦର୍ଶାଇଛି।
ସେହିପରି ଆର୍ଜି ଫ୍ଲାଶ୍ ସଂସ୍ଥା ପକ୍ଷରୁ ହୋଇଥିବା ସର୍ଭେ ଅନୁସାରେ, ଆନ୍ଧ୍ରରେ ଟିଡିପି ସରକାର ଗଠନ କରିପାରେ। ୯୦ରୁ ୧୦୦ଟି ସିଟ୍ ଟିଡିପିକୁ ମିଳିପାରେ। YSR କଂଗ୍ରେସକୁ ୬୫ରୁ ୭୯ ସିଟ୍ ମିଳିବା ନେଇ ଆର୍ଜି ଫ୍ଲାଶ୍ ପକ୍ଷରୁ ଦର୍ଶାଯାଇଛି।
from Odisha Reporter http://bit.ly/2YHOMDd
No comments:
Post a Comment