ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱରରେ ପହଞ୍ଚିବ ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାଶଙ୍କ ମରଶରୀର। ଗତକାଲି କାଠମାଣ୍ଡୁରୁ କଳ୍ପନାଙ୍କ ମୃତଦେହକୁ ଧରି ବିମାନ ନୂଆଦିଲ୍ଲୀରେ ବିଳମ୍ବରେ ପହଞ୍ଚିଥିଲା। ଫଳରେ ଦିଲ୍ଲୀ-ଭୁବନେଶ୍ୱର ବିମାନ ପଳାଇ ଆସିଥିଲା। ତେଣୁ ଆଜି ଭୁବନେଶ୍ୱରରେ ମରଶରୀର ପହଞ୍ଚିବା ପରେ ଏୟାରପୋର୍ଟରୁ କଳିଙ୍ଗ ଷ୍ଟାଡିଅମ ନିଆଯିବ। ସେଠାରେ ସକାଳ ୯ ଟା ୪୫ ମିନିଟ୍ରୁ ୧୦ଟା ୪୫ ମିନିଟ୍ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍ରେ ମରଶରୀରକୁ ଶେଷ ଦର୍ଶନ ପାଇଁ ରଖାଯିବ ବୋଲି ରାଜ୍ୟ କ୍ରାଡ଼ା ବିଭାଗ ସୂତ୍ରରୁ ସୂଚନା ମିଳିଛି।
ଶୁକ୍ରବାର କାଠମାଣ୍ଡୁରେ କଳ୍ପନାଙ୍କ ମୃତଦେହର ବ୍ୟବଚ୍ଛେଦ କରାଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟ ସହ ମୃତ୍ୟୁ ପ୍ରମାଣପତ୍ର ଭାରତୀୟ ଦୂତାବାସକୁ ହସ୍ତାନ୍ତର କରାଯିବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।
ଗତ ୨୩ ତାରିଖରେ ଏଭେରେଷ୍ଟ ଆରୋହଣ କରି ଫେରିବା ବେଳେ ଅଧା ରାସ୍ତାରେ କଳ୍ପନାଙ୍କ ଆକସ୍ମିକ ମୃତ୍ୟୁ ହୋଇଥିଲା।
from Odisha Reporter http://bit.ly/2QJfHvC
No comments:
Post a Comment