ଲଣ୍ଡନ: ଚଳିତ ବିଶ୍ୱକପରେ ଆଜି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମୁକାବିଲା ହେବ। ନଟ୍ଟିଂହାମରେ ହେବାକୁ ଥିବା ଏହି ମ୍ୟାଚରେ କିଏ ବାଜି ମାରିବ ସେ ନେଇ ଉଭୟ ଦେଶର ସମର୍ଥକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଯାଇଛି।
ମ୍ୟାଚର ସବୁଠୁ ବଡ଼ ସସପେନ୍ସ ଭାରତ ଏଯାଏ ଘୋଷଣା କରିନାହିଁ। ଯାହାକୁ ନେଇ କ୍ରିକେଟ ପ୍ରେମୀ ଆଜିର ମ୍ୟାଚକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଅଷ୍ଟ୍ରେଲିଆ ସହ ଭାରତର ଅନ୍ତିମ ମ୍ୟାଚରେ ଓପନର ଶିଖର ଧାଓ୍ୱନ ଆହତ ହୋଇଥିବାରୁ ଏବେ ତାଙ୍କ ବଦଳରେ କିଏ ଖେଳିବେ ସେ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଧଓ୍ୱନ ଦଳ ପକ୍ଷରୁ ଏକମାତ୍ର ଖେଳାଳି ଯିଏକି ଶତକ ମାରିଥିଲେ। ତେଣୁ ଏବେ ତାଙ୍କ ସ୍ଥାନରେ ସେଭିଭଳି ଖେଳାଳି କିଏ ହେବେ ଯିଏ କି ତାଙ୍କ ସ୍ଥାନ ପୂରଣ କରିବେ ସେ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଆଲୋଚନା ହେଉଛି।
ଧୱନଙ୍କ ବଦଳରେ ଓପନିଂ କରିବେ ଲୋକେଶ ରାହୁଲ, ହେଲେ ତାଙ୍କ ବଦଳରେ କିଏ ଖେଳିବେ ସେ ନେଇ ସସପେନ୍ସ ରହିଛି। ଅନ୍ୟପଟେ ଚତୁର୍ଥ ସ୍ଥାନରେ କିଏ ବ୍ୟାଟିଂ କରିବେ ଏହାକୁ ନେଇ ମଧ୍ୟ ଚର୍ଚ୍ଚା ଜାରି ରହିଛି । ଧାଓ୍ୱନଙ୍କ ସ୍ଥାନରେ ଦୀନେଶ କାର୍ତିକ ଓ ବିଜୟ ଶଙ୍କର ଖେଳିବେ ବୋଲି ଚର୍ଚ୍ଚା ହେଉଛି। ହେଲେ କିଏ ସୁଯୋଗ ପାଇବେ ସେ ନେଇ ସୂଚନା ମିଳିନାହିଁ।
ଚଳିତ ବିଶ୍ୱକପରେ ପ୍ରଥମ ଦୁଇଟି ମ୍ୟାଚ ଜିତିଛି। ଆଜି ତୃତୀୟ ମ୍ୟାଚ ରହିଛି। ସେହିଭଳି ନ୍ୟୁଜିଲ୍ୟାଣ୍ଡ ମଧ୍ୟ କ୍ରମାଗତ ୩ଟି ମ୍ୟାଚ୍ ଜିତି ଟେବୁଲର ଶୀର୍ଷରେ ରହିଛି । ବିଶ୍ୱକପ୍ ମୁକାବିଲାରେ ଏହି ଦୁଇ ଦେଶ ମଧ୍ୟରେ ୭ଟି ମ୍ୟାଚ୍ ଖେଳାଯାଇଛି । ସେଥି ମଧ୍ୟରୁ ୩ଟିରେ ଭାରତ ଜିତି ଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ୪ଟିରେ ବିଜୟୀ ହୋଇଛି ।
ଚଳିତ ବିଶ୍ୱକପରେ ବର୍ଷା ପ୍ରମୁଖ ଭୂମିକା ବହନ କରିଛି। ଗତାକାଲି ରାତିରେ ନଟ୍ଟିଂହାମରେ ବର୍ଷା ଲାଗି ରହିଥିଲା। ଆଜି ସକାଳେ କିନ୍ତୁ ବର୍ଷା ଛାଡ଼ିଛି। ଏହି ଶୁଖିଲା ପାଗ ଦୁଇରୁ ତିନି ଘଣ୍ଚା ପାଇଁ ରହିବ ବୋଲି ଇଂଲଣ୍ଡର ପାଣିପାଗ ବିଭାଗ କହିଛି। ତେଣୁ ମ୍ୟାଚ ବେଳେ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି ବୋଲି ଜଣାପଡ଼ିଛି। ଚଳିତ ବିଶ୍ୱକପରେ ବର୍ଷା ପାଇଁ ବାଂଲାଦେଶ ଓ ଶ୍ରୀଲଙ୍କା ମ୍ୟାଚ୍ ବାତିଲ ହୋଇଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ୍ ଶର୍ମା, ଲୋକେଶ ରାହୁଲ, ମହେନ୍ଦ୍ର ସିଂହ ଧୋନି, ହାର୍ଦ୍ଦିକ ପାଣ୍ଡ୍ୟା, କେଦାର ଯାଦବ, ବିଜୟ ଶଙ୍କର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ଭୁବନେଶ୍ୱର କୁମାର, ଦିନେଶ କାର୍ତ୍ତିକ, ରବୀନ୍ଦ୍ର ଜାଡେଜା, ଶିଖର ଧୱନ୍।
ନ୍ୟୁଜିଲ୍ୟାଣ୍ଡ୍ ଦଳ: କେନ୍ ୱିଲିୟମସନ୍ (ଅଧିନାୟକ), ମାର୍ଟିନ୍ ଗପ୍ଟିଲ, ମ୍ୟାଟ୍ ହେନରୀ, ଟମ୍ ଲାଥାମ, କଲିନ୍ ମୁନରୋ, ଜିମ୍ମି ନିଶାମ୍, ହେନରୀ ନିକୋଲ୍ସ, ମିଚେଲ୍ ସାଣ୍ଟନର, ଈଶ ସୋଢୀ, ଟ୍ରେଣ୍ଟ ବୋଲ୍ଟ, କଲିନ୍ ଡି’ଗ୍ରାଣ୍ଡହୋମ, ଲକି ଫର୍ଗୁସନ୍, ଟିମ୍ ସାଉଦି, ରସ୍ ଟେଲର, ଟମ୍ ବ୍ଲଣ୍ଡେଲ୍।
from Odisha Reporter http://bit.ly/2ZvigVl
No comments:
Post a Comment