ଭାଇବୋହୂକୁ ଭୁଜାଲିରେ ଆକ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 12, 2019

ଭାଇବୋହୂକୁ ଭୁଜାଲିରେ ଆକ୍ରମଣ

କଟକ (ପ୍ରଭାତ ବିଷୋୟୀ): କଟକ ଜିଲ୍ଲା ନିଆଳି ଥାନା ପହଙ୍ଗା ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ତାଙ୍କ ଭାଇବୋହୂକୁ ଭୁଜାଲିରେ ଆକ୍ରମଣ କରିଛନ୍ତି। ଆହତ ମହିଳାଙ୍କ ନାଁ କାଦମ୍ୱିନୀ ବାରିକ। ତାଙ୍କୁ ପ୍ରଥମେ ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତ କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ଅଣାଯାଇଛି।

ଅଭିଯୁକ୍ତଙ୍କ ନାଁ ଗଣେଶ୍ୱର ବାରିକ। ଗତକାଲି ରାତି ପ୍ରାୟ ସାଢେ ୧୦ଟା ବେଳେ କାଦମ୍ୱିନୀ ଘରେ ଏକୁଟିଆ ଥିବା ଦେଖି ଗଣେଶ ଏକ ଭୁଜାଲିରେ ତାଙ୍କୁ ଆକ୍ରମଣ କରିଥିଲେ। କାଦମ୍ବିନୀଙ୍କ ମୁହଁ ଓ ବେକରେ ଆଘାତ ଲାଗିଛି। ଗଣେଶ ଫେରାର ହୋଇଯାଇଛନ୍ତି।

ଜମିବାଡ଼ିକୁ ନେଇ ଗଣେଶ ଓ ତାଙ୍କ ସାନ ଭାଇ ଯୋଗେଶ୍ୱରଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା ବୋଲି ଜଣାପଡ଼ିଛି। ଅଭିଯୁକ୍ତ ଧରାପଡ଼ି ନଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି।



from Odisha Reporter http://bit.ly/2KdCVcJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages