ମୌସୁମୀ ଥାଇ କାହିଁକି ହେଉନି ବର୍ଷା, କ’ଣ କୁହନ୍ତି ବିଶେଷଜ୍ଞ   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 24, 2019

ମୌସୁମୀ ଥାଇ କାହିଁକି ହେଉନି ବର୍ଷା, କ’ଣ କୁହନ୍ତି ବିଶେଷଜ୍ଞ  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମୌସୁମୀର ସ୍ଥିତିର ପରିବର୍ତ୍ତନ ଯୋଗୁ ହ୍ରାସ ପାଇଛି ବର୍ଷା। ବର୍ତ୍ତମାନ ହିମାଳୟ ପର୍ବତମାଳା ଉପରେ ଟ୍ରପ ଲାଇନ୍ ରହିଥିବାରୁ ରାଜ୍ୟରେ ବର୍ଷାର ପରିମାଣ କମିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଛତିଶଗଡ଼ରେ ପହଞ୍ଚିବା ସହ ଟ୍ରପ୍ ଲାଇନ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଥିବାରୁ ବର୍ଷାର ପରିମାଣ କମିଛି।  ଟ୍ରପ ଲାଇନ୍ ସାଧାରଣ ସ୍ଥିତିରେ ରହିଲେ ଦେଶରେ ମୌସୁମୀ ସକ୍ରିୟ ରହିଥାଏ। ଆସନ୍ତା ୨୮ ତାରିଖରେ ପୁଣିଥରେ ରାଜ୍ୟରେ ବର୍ଷା ହେବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଏନେଇ ପାଣିପାଗ ବିଶେଷଜ୍ଞ ପ୍ରଭାତ ବେଉରିଆ କହିଛନ୍ତି,“ମୌସୁମୀ ବାୟୁରେ ଥିବା ଟ୍ରପ୍‌ଲାଇନ୍‌ ଏବେ ଉତ୍ତର ଆଡ଼କୁ ପଳାଇଛି। ଯାହା ତାର ସ୍ୱାଭାବିକ ସ୍ଥିତିରୁ ଉତ୍ତରକୁ ପଳାଇଛି। ସେଥିପାଇଁ ବର୍ଷାର ପରିମାଣ କମିଛି। ଆଗାମୀ ଦିନେ ଦୁଇ ଦିନ ଭିତରେ ଅର୍ଥାତ୍ ୨୮ ତାରିଖରେ  ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ତବେ ଟ୍ରପ୍‌ ଲାଇନ୍‌ ସ୍ୱାଭାବିକ ସ୍ଥିତିରେ ରହିଲେ ମୌସୁମୀ ବାୟୁ ଭାରତରେ ସକ୍ରିୟ ହୋଇ ରୁହେ। ଯେହେତୁ ଏହା ଉତ୍ତର ଓ ହିମାଳୟ ପାଖାପାଖି ପଳାଇ ଯାଇଛି ସେଥିପାଇଁ ବର୍ଷାର ପରିମାଣ କମିଯାଇଛି, ତେଣୁ ମୌସୁମୀ ନିଷ୍କ୍ରିୟ ହୋଇପଡ଼ିଛି। ମୌସୁମୀ ଆସିବାରେ ବିଳମ୍ୱ ହେବାରୁ ତେଣୁ ଜୁନ୍‌ ମାସରେ  ବର୍ଷାର ପରିମାଣ କମିଛି। ହେଲେ ଜୁଲାଇ ମାସରେ ବର୍ଷାର ପରିମାଣ ବଢ଼ିପାରେ।”

ସେ ଆହୁରି କହିଛନ୍ତି,“ ଆଜି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ। ମାଲକାନଗିରି, ରାୟଗଡ଼ା, ଗଜପତି, ନବରଙ୍ଗପୁର, କଳହାଣ୍ଡି,କୋରାପୁଟ ଓ ନୂଆପଡ଼ା ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।”



from Odisha Reporter http://bit.ly/2Rvt2b4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages